ଓଡିଶାର ଅନନ୍ୟ ପରମ୍ପରା ରଥଯାତ୍ରା : ତାଳଧ୍ୱଜ ରଥର ଗଠନ ସମ୍ପର୍କରେ ଜାଣନ୍ତୁ

ଓଡିଶାର ଅନନ୍ୟ ପରମ୍ପରା ରଥଯାତ୍ରା : ତାଳଧ୍ୱଜ ରଥର ଗଠନ ସମ୍ପର୍କରେ ଜାଣନ୍ତୁ

ଓଡିଶାର ଅନନ୍ୟ ପରମ୍ପରା ରଥଯାତ୍ରା : ତାଳଧ୍ୱଜ ରଥର ଗଠନ ସମ୍ପର୍କରେ ଜାଣନ୍ତୁ

ଓଡିଶାର ଅନନ୍ୟ ପରମ୍ପରା ରଥଯାତ୍ରା । ମାନବୀୟ ଲୀଳାଖେଳା କରୁଥିବା ଜାତିର ଆରାଧ୍ୟ ଦେବତା ଜଗତର ନାଥ ଜଗନ୍ନାଥ ବଡ ଭାଈ ବଳଭଦ୍ର, ଗେହ୍ଲୀ ସାନ ଭଉଣୀଙ୍କୁ ସାଙ୍ଗରେ ଧରି ବର୍ଷକୁ ଥରେ ବୁଲିଯାଆନ୍ତି ମାଉଷି ମା ଘରକୁ । ଏହି ଦିନ ତିନି ରଥରେ ବିଜେ କରନ୍ତି ତିନି ଠାକୁର । ଘୋର ଘର୍ଘର ନାଦ କରି ବଡ ଦାଣ୍ଡରେ ଗଡିଚାଲନ୍ତି ତିନି ରଥ । ବଡଭାଈ ହଳମୁଶଳ ଧାରଣକର୍ତ୍ତା ବଳଭଦ୍ର ତାଳଧ୍ୱଜ ରଥରେ ବିଜେ କରନ୍ତି । ଏହି ରଥର ଚଳନ୍ତି ପ୍ରତିମା ରାମ ଓ କୃଷ୍ଣ, ଉଚ୍ଚତା ୪୪ଫୁଟ୍ ଓ ଦୈର୍ଘ୍ୟ ଓ ପ୍ରସ୍ଥ ୩୩ ଫୁଟ୍ । ଏହି ରଥର ଚକ ସଂଖ୍ୟା ୧୪ ଓ ଏହାର ବ୍ୟାସ ୭ମିଟର । ଏହି ରଥ ୭୬୩ ଖଣ୍ଡ କାଠରେ ନିର୍ମିତ ହୋଇଥାଏ । ଏହା ରକ୍ତନୀଳ ରଙ୍ଗରେ ଆଚ୍ଛାଦିତ ହୋଇଥାଏ । ଏହି ରଥର ଓଲଟ ଶୁଆଦ୍ୱୟଙ୍କ ନାମ ଶ୍ରଦ୍ଧା ଓ ବିଶ୍ୱାସ । ଏହି ରଥର ସାରଥି ହେଉଛନ୍ତି ମାତଳୀ ଓ ରଥ ରକ୍ଷକ ବାସୁଦେବ ଓ ରଥର ଆୟୁଧ ହଳ ଓ ମୁଶଳ । ତାଳଧ୍ୱଜ ରଥର ନେତ ନାଁ ହେଉଛି ଉନ୍ନନି ଓ ଦଧିନଉତିର ନାମ ହେଉଛି ହିରଣ୍ୟମୟୀ । ଏହି ରଥର ଚାଚୋଟି କଳା ରଙ୍ଗର ଘୋଡାର ନାମ ହେଉଛି ଶଙ୍ଖ, ସୁଚିତ୍ର, ଅଙ୍ଗଦ, ମେଘନାଦ । ତାଳଧ୍ୱଜ ରଥରେ ୯ଜଣ ପାଶ୍ୱର୍ ଦେବାଦେବୀ ଅଛନ୍ତି, ସେମାନେ ହେଉଛନ୍ତି ଗଣେଶ, କାର୍ତ୍ତିକେୟ, ସର୍ବମଙ୍ଗଳା, ପ୍ରଳମ୍ବରି, ହଳାୟୁଧ, ମୃତୁ୍ୟଞ୍ଜୟ, ନଟମ୍ବର, ମୁକ୍ତେଶ୍ୱରୀ, ଶେଷଦେବ । ରଥ ମୁଖ କେତୁଭଦ୍ରା । ରଥର ଦ୍ୱାରପାଳ ହେଉଛନ୍ତି ନନ୍ଦ ଓ ସୁନନ୍ଦ । ରଥର ଶକ୍ତି ବ୍ରହ୍ମା ଓ ଶିବ । ରଥ କୁମ୍ଭର ନାମ ଭୁବନ । ଏହି ରଥର ରଜ୍ଜୁର ନାମ ହେଉଛି ବାସୁକି ।