ରଜ ଆସିଲେ ଉସôବମୁଖର ହୋଇ ଉଠେ ଓଡିଶା
ରଜ ଆସିଲେ ଉସôବମୁଖର ହୋଇ ଉଠେ ଓଡିଶା
admin
Jun 10, 2021 - 11:18
Updated: Jun 10, 2021 - 11:18
ରଜ ଆସିଲେ ଉସôବମୁଖର ହୋଇ ଉଠେ ଓଡିଶା । ଉସôବ ନାଁ ଆସିଲେ ପ୍ରଥମେ ମନକୁ ସଙ୍ଗିତ ଆସେ । ଜ୍ୟେଷ୍ଠର ନିଦାଘ ଗ୍ରୀଷ୍ମର ବିଦାୟ ସହ ଆଷାଢର ପହିଲି ଆରମ୍ଭ । ଆଷାଢର ଗୁମ୍ସୁମ୍ ପରିବେଶରୁ ଭାସି ଆସେ ନାନା ପ୍ରକାରର ରଜ ଗୀତ । ଆବାଳବୃଦ୍ଧବନିତା ନୂଆ ଲୁଗା ପିନ୍ଧି, ପିଠାପଣା ଖାଇ, ମିଠା ଖିଲିପାନ ପାଟିରେ ପୁରାଇ ମଉଜ୍ କରିଥାନ୍ତି । ଝିଅ, ବୋହୂ ମାନେ ଖୁସିରେ ଦୋଳି ପାଖରେ ରୁଣ୍ଢ ହୋଇ ସମୟ କାଟିଥାନ୍ତି । ଦୋଳି ଖେଳିବା ବେଳେ ସେମାନେ ଆନନ୍ଦରେ ଅନେକ ଗୀତ ଗାଈଥାନ୍ତି, ଯଥା- “ରଜ ଦୋଳି କଟମଟ ମୋ ଭାଈ ମୁଣ୍ଡରେ ସୁନା ମୁକୁଟଟ୍ଟ.. ସୁନା ମକୁଟଲୋ ଦିଶୁଥାଇ ଝଟଝଟ”, “ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ.. ଆସିଛି ରଜଲୋ ଘେନି ନୂଆ ସଜବାଜ”, ଏହି ଦୋଳି ଖେଳ ଅନେକ ଲୋକପ୍ରିୟତା ଲାଭ କରିଥିଲା । ଏହା ମଧ୍ୟ ଓଡିଆ ସାହିତ୍ୟରେ ସ୍ଥାନ ପାଇଥିଲା, ଯାହା ଅନେକ ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା । ଗୀତ ଗୁଡିକ ଥିଲା-“ଯା ରେ ମନ ଦୋଳି ଉଡିଯା ଯାଆତୁ ମେଘ ଛୁଇଁ ଫେରି ଆ...ଆ..”, “ଉଡି ଯା ମନ ମୋର ଉଡିଯା ଝୁଲି ଯା ରଜ ଦୋଳି ଝୁଲିଯା” ଇତ୍ୟାଦି । ଏହା ସହିତ ଅନେକ କୁହନ୍ତି ଦୋଳି ନଖେଳିଲେ କାଠ ବେଙ୍ଗ ହୋଇଯିବ । ତେଣୁ ଆଗ ଦୋଳି ଖେଳୁଥିଲେ । ପୁଚି ଖେଳିଲା ବେଳେ ମଧ୍ୟ ଅନେକ ପ୍ରକାର ଗୀତ ବୋଲାଯାଏ, ଯଥା- “ପୁଚିଲୋ ଘୁଞ୍ଚି ଯା, କିଆ ବୁଦା ତଳେ ଲୁଚି ଯା”, “ଠିଆ ପୁଚି ନାରଙ୍ଗ ଗୋଡ ଦିଇଟା ସାରଙ୍ଗ...” ଇତ୍ୟାଦି । ଏହି ପର୍ବରେ ପିଲାମାନେ ଗୁଡି ମଧ୍ୟ ଉଡାଇଥାନ୍ତି । ଏହି ଅନେକ ଗୀତ ବୋଲାଯାଏ । ଏହି ଗୁଡି ଉଡାକୁ ନେଇ ଓଡିଆ ଚୂଚିତରେ ପ୍ରସିଦ୍ଧ ଗାୟକ ସ୍ୱର୍ଗତ ଅକ୍ଷୟ ମହାନ୍ତି ମଧ୍ୟ ଗାତ ଗାଈଛନ୍ତି ।