ସେ ଶକ୍ତିମୟୀ, ସେ ମହାମାୟୀ

ସେ ଶକ୍ତିମୟୀ, ସେ ମହାମାୟୀ

ସେ ଶକ୍ତିମୟୀ, ସେ ମହାମାୟୀ

ସେ ଶକ୍ତିମୟୀ ଓ ମାହାମାୟୀ। ଯେତେବେଳେ ଧରାପୃଷ୍ଠରେ ଅନ୍ୟାୟ, ଅଧର୍ମର ଭାର ବଢିଯାଏ, ସେତେବେଳେ ଶତ୍ରୁମାନଙ୍କୁ ବିନାଶ କରିବା ପାଇଁ ଓ ହିଂସାକୁ ହିଂସାରେ ଦମନ କରିବା ପାଇଁ ଧରାବତରଣ କରନ୍ତି ମା’। ସେ ସର୍ବ ବିରାଜିତା, ତାଙ୍କର ରୂପ ନାହିଁ, ସେ ଅରୂପା । ସେ ପୁଣି ଅପର୍ଣ୍ଣା, ଯୋଗମାୟା ଓ ଚିନ୍ମୟୀ । ସେ ନିଜେ ହିଁ ନିଜର ସୃଷ୍ଟିକର୍ତ୍ତୀ । ସେ ମହାଶୂନ୍ୟରେ ସୂକ୍ଷ୍ମ ଶରୀରରେ ବିରାଜିତା । ତା’ର ବିନା ଇଙ୍ଗିତରେ ପତ୍ରଟିଏ ବି ହଲେ ନାହିଁ । ତେଣୁ ଋକ୍ ବେଦରେ ଦେବୀସୂକ୍ତରେ ଲେଖାଅଛି ଯେ, ସେ ଆକାର ସମସ୍ତ ଶକ୍ତି, ବିଦ୍ୟା ଓ ବୁଦ୍ଧିର ମୂଳ ଉତ୍ସ। 

ବୈଦିକ ଯୁଗରେ ଦୁର୍ଗା ଶବ୍ଦର ଉତ୍ପତି ହୋଇଥିବା ପ୍ରମାଣ ମିଳେ । ବିଶ୍ୱାସର ତନ୍ତ୍ରରେ ଦୁର୍ଗା ଦେବୀଙ୍କର ବର୍ଣ୍ଣନା ଛଳରେ କୁହାଯାଇଛି- ‘ଅରଣ୍ୟେ ରଣେ ଦାରୁଣେ ଶତ୍ରୁ ମଧ୍ୟେ, ଅନଳେ ସାଗର ପ୍ରାନ୍ତରେ ରାଜଗୃହେ ତ୍ୱମେକା ଗତିଦେ୍ର୍ଧବି ନିସ୍ତାର ହେତୁ, ନମସ୍ତେ ଜଗତାରିଣୀ ତ୍ରାହି ଦୁର୍ଗେ’ ଅର୍ଥାତ ଅରଣ୍ୟରେ, ଦାରୁଣ ଶତ୍ରୁ ମଧ୍ୟରେ, ଅଗ୍ନିର ସାଗର ପ୍ରାନ୍ତରରେ ନିସ୍ତାର ହେତୁ ତୁମେ ହିଁ ଏକ ମାତ୍ର ଗତି । ହେ ଜଗତାରିଣୀ ଦୁର୍ଗେ ତୁମକୁ ପ୍ରଣାମ । ଏହା ସହିତ ତୈର୍ତ୍ତରୀୟ ଆରଣ୍ୟକରେ ମଧ୍ୟ ଦୁର୍ଗା ଶଦ୍ଧ ସ୍ପଷ୍ଟ ଭାବରେ ଦେଖିବାକୁ ମିଳେ । ଦେବୀଙ୍କର ଏକ ଗ୍ରୟତ୍ରୀ ମନ୍ତ୍ରରେ ମଧ୍ୟ ‘ତନ୍ମୋ ଦୁର୍ଗେ ପ୍ରଚୋଦୟାତ  ରହିଛି’ । ଶ୍ରୀ ସପ୍ତଶତୀ ଚଣ୍ଡିରୁ ଜଣାଯାଏ ଯେ ଦୁର୍ଗା ବା ଶକ୍ତି ପ୍ରକୃତରେ ଯୁଦ୍ଧର ଦେବୀ । ଯେତେବେଳେ ଗୋଟିଏ ଦେଶ ବା ଜାତି ଦସୁ୍ୟ, ଦାନବ ବା ରାକ୍ଷାସ ଦ୍ୱାରା ପ୍ରପୀଡିତ, ସେତେବେଳେ ଦେବୀ ରଣଚଣ୍ଡି ରୂପେ ଆବିର୍ଭୂତା ହୋଇଥାନ୍ତି ।