ଲଣ୍ଡା ହେବା ସହିତ ବିଜେପି ଛାଡ଼ିଲେ ତ୍ରିପୁରାର ବିଧାୟକ

ଲଣ୍ଡା ହେବା ସହିତ ବିଜେପି ଛାଡ଼ିଲେ ତ୍ରିପୁରାର ବିଧାୟକ

ଲଣ୍ଡା ହେବା ସହିତ ବିଜେପି ଛାଡ଼ିଲେ ତ୍ରିପୁରାର ବିଧାୟକ

ଗୌହାଟି: ବିଜେପି ସରକାର କରିଥିବା ପାପର ପ୍ରାୟଶ୍ଚିତ ପାଇଁ ମଙ୍ଗଳବାର ପାର୍ଟିର ଜଣେ ପୁରାତନ ନେତା ତଥା ତ୍ରିପୁରାର ସୁର୍ମା ନିର୍ବାଚନମଣ୍ଡଳୀର ବିଧାୟକ ଅଶିଷ ଦାସ ଲଣ୍ଡା ହେବା ସହ କୋଲ୍କାତାର କାଳୀଘାଟ ମନ୍ଦିରରେ ଯଜ୍ଞ କରାଇଛନ୍ତି।

ତ୍ରିପୁରାରେ ବିଜେପି ରାଜନୈତିକ ଅରାଜକତା ଓ ଗୋଳମାଳକୁ ପ୍ରଶ୍ରୟ ଦେଉଥିବା ଦୋଷାରୋପ କରି ସେ କହିଛନ୍ତି, ରାଜ୍ୟ ସରକାରଙ୍କ କାର୍ୟ୍ୟକଳାପରେ ଜନତା ଅସନ୍ତୁଷ୍ଟ ହୋଇଥିବାରୁ ସେ ଦଳ ପରିତ୍ୟାଗ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବିଜେପି ସରକାରଙ୍କ କୁଶାସନର ପ୍ରାୟଶ୍ଚିତ ସ୍ୱରୂପ ସେ ଲଣ୍ଡା ହୋଇଥିବା କହିଛନ୍ତି। ଦଳ ପରିତ୍ୟାଗ କରିବା ପାଇଁ ସେ ନିଷ୍ପତ୍ତି ନେଇଥିବା  ଏବଂ ତାଙ୍କର ଆଗାମୀ ପଦକ୍ଷେପ କଥା ବାବଦରେ ସେ କିଛି ସ୍ପଷ୍ଟ କରିନାହାନ୍ତି। 

ଏଥିପାଇଁ ବିଜେପି ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। କିଛିଦିନ ତଳେ ସେ ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ପାଇଁ ଉପଯୁକ୍ତା ବୋଲି କହିଥିଲେ। ଅଧିକଂଶ ସରକାରୀ ସମ୍ପତ୍ତିକୁ ଘରୋଇ ପ୍ରତିଷ୍ଠାନକୁ ବିକ୍ରୟ କରିଥିବା ଅଭିଯୋଗ କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ସମାଲୋଚନା କରିଥିଲେ।

୨୦୨୩ ପ୍ରାରମ୍ଭରେ ହେବାକୁ ଥିବା ତ୍ରିପୁରାରେ ବିଧାନସଭା ନିର୍ବାଚନ ପ୍ରତି ଦୃଷ୍ଟି  ସେ ତୃଣମୂଳ କଂଗ୍ରେସରେ ଯୋଗ ଦେଇ ପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି।