ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଛାତ୍ରଙ୍କ ମୃତୁ୍ୟ
ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଛାତ୍ରଙ୍କ ମୃତୁ୍ୟ
admin
Sep 10, 2019 - 05:46
Updated: Sep 10, 2019 - 05:46
ଭଦ୍ରକ : ଭଦ୍ରକ ୧୬ ନଂ ଜାତୀୟ ରାଜପଥରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ପ୍ରାଣ ହରାଇଛନ୍ତି ଦୁଇ ଛାତ୍ର। ଏଦୁହିଁଙ୍କର ଏକ କାର ଧକ୍କାରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏ ଦୁଇ ଛାତ୍ରଙ୍କର ନୂଆ ସାଇକେଲ କିଣାଯାଇଥିଲା। ସେମାନେ ଭୋର ସମୟରେ ଘରୁ ସାଇକେଲ ଧରି ୧୬ ନଂ ଜାତୀୟ ରାଜପଥକୁ ଚାଲି ଆସିଥିଲେ।
ହଠାତ୍ ଏକ ଇଣ୍ଡିକା କାର ଉଭୟ ଆରୋହୀଙ୍କ ଉପରେ ଗାଡ଼ି ଚଢ଼ାଇ ଚାଲିଯାଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଦୁର୍ଘଟଣା ଘଟାଇଥିବା କାରଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।ଖବର ପାଇ ଘଟଣାସ୍ଥଳରେ ଟାଉନ ପୁଲିସ ଦୁଇ ମୃତ ନାବଳକଙ୍କୁ ଭଦ୍ରକ ଡାକ୍ତରଖାନାକୁ ନେଇଥିଲା। ଘଟଣାସ୍ଥଳରୁ ୨ ଟି ସାଇକେଲ ମଧ୍ୟ ପଡିଥିବା ଦେଖିବାକୁ ମିଳିଛି।
ଉଭୟଙ୍କର ପରିଚୟ ମିଳିଛି। ଜଣେ ହେଲେ ସରସ୍ବତୀ ଶିଶୁମନ୍ଦିରର ଅଷ୍ଟମ ଶ୍ରେଣୀର ଛାତ୍ର ସୁମିତ ସାହୁ। ତାଙ୍କ ଘର କୁଆଁସ ଅଞ୍ଚଳରେ ବୋଲି ଜଣାଯାଇଛି। ଅନ୍ୟ ଜଣେ ହେଲେ ଶୁଭଙ୍କର ମଲ୍ଲିକ।କୁଆଁସରେ ସେ ବାପା ମାଆଙ୍କ ସହ ଭଡାରେ ରହୁଥିବା ଜଣାଯାଇଛି।ସେ ସେଣ୍ଟ ଜାଭିୟର ସ୍କୁଲର ଦଶମ ଶ୍ରେଣୀର ଛାତ୍ର।