ମହାପ୍ରଭୂ ଶିବ ସର୍ବଦା ଯୋଗରେ ତଲୀନ ହୋଇ ରହିଥା’ନ୍ତି
ମହାପ୍ରଭୂ ଶିବ ସର୍ବଦା ଯୋଗରେ ତଲୀନ ହୋଇ ରହିଥା’ନ୍ତି
ମହାପ୍ରଭୂ ଶିବ ହେଉଛନ୍ତି ଆଦି ଯୋଗୀ । ତାଙ୍କୁ ହିଁ ଯୋଗର ଜନକ ବୋଲି ଶାସ୍ତ୍ରରେ ଉଲ୍ଳେଖ ରହିଛି । ଶିବ ସର୍ବଦା ଯୋଗରେ ତଲୀନ ହୋଇ ରହିଥା’ନ୍ତି । ମହାପ୍ରଭୂ ଶିବଙ୍କୁ ଆଦିନାଥ, ମହାଯୋଗୀ, ଯୋଗେଶ୍ୱର ବୋଲି କୁହାଯାଇଥାଏ । ମହାପ୍ରଭୂ ପ୍ରଥମେ ଯୋଗ ଚତୁର୍ଥ- ହଠ ଯୋଗ, ମନ୍ତ୍ର ଯୋଗ, ଲୟ ଯୋଗ ଓ ରାଜ ବା ଧ୍ୟାନ ଯୋଗର ଅୟମାରମ୍ଭ କରିଥିଲେ । ସମସ୍ତ ମନ୍ତ୍ରର ସ୍ରଷ୍ଟା ହେଉଛନ୍ତି ଭଗବାନ ଶିବ । ତେଣୁ ସେ ମନ୍ତ୍ର ଯୋଗର ସୃଷ୍ଟିକର୍ତା ଥିଲେ ।
ମହାପ୍ରଭୂ ପ୍ରଥମେ ଯୋଗ ସମ୍ପର୍କରେ ଦେବୀ ପାର୍ବତୀଙ୍କୁ ଜ୍ଞାନ ଦେଇଥିଲେ । ଦିନେ ରାତିରେ ସେ ମା’ ପାର୍ବତୀ ଯୋଗଜ୍ଞାନ ପ୍ରଦାନ କରିଥିଲେ । ଯୋଗର ୮୪ ଆସନ ସମ୍ପର୍କରେ ସେ ଯେଉଁ ଜ୍ଞାନ ଦେଇଥିଲେ ତାହା ବୈଦିକ ପରମ୍ପରାର ଅଂଶ ପାଲଟି ଯାଇଥିଲା । ଯାହାକି ମାନବର ସ୍ୱାସ୍ଥ୍ୟ, ସମ୍ପଦ, ଖୁସି ଓ ସଫଳତା ପାଇଁ ଏକାନ୍ତ ଅପରିହାର୍ଯ୍ୟ ବୋଲି କୁହାଯାଏ ।
ମହାପ୍ରଭୂ ଶିବ ଯୋଗଜ୍ଞାନ ବାଂଟିବାକୁ ଚାହିଁନଥିଲେ । କିନ୍ତୁ ଜଗତର କଲ୍ୟାଣ ପାଇଁ ମାତା ପାର୍ବତୀ କହିବା ପରେ ମହାପ୍ରଭୂ ଏହି ଜ୍ଞାନ ପ୍ରଦାନ କରିଥିଲେ । ସପ୍ତର୍ଷିଙ୍କୁ ମହାପ୍ରଭୂ ଯୋଗ ଜ୍ଞାନ ପ୍ରଦାନ କରିବା ପରେ ଏହା ସାରା ବିଶ୍ୱରେ ପ୍ରସାରିତ ହୋଇଥିଲା ।