ରାଗରେ ଜର୍ଜରିତ ହୋଇ ମା ଲକ୍ଷ୍ମି ଭାଙ୍ଗି ଦିଅନ୍ତି ନନ୍ଦିଘୋଷରୁ କାଠ

ରାଗରେ ଜର୍ଜରିତ ହୋଇ ମା ଲକ୍ଷ୍ମି ଭାଙ୍ଗି ଦିଅନ୍ତି ନନ୍ଦିଘୋଷରୁ କାଠ

ଅପୂର୍ବ ମନୋରମ ଓଡିଆ ଜାତିର ଆରାଧ୍ୟ ଦେବତା ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କର । ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରେ ମହାବାହୁ ରଥାରୂଢ ହୋଇ ବଡଭାଈ ବଳଭଦ୍ର, ସୁନା ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ବୁଲି ଯାଆନ୍ତି ମାଉଷି ଘରକୁ । କିନ୍ତୁ ଶ୍ରୀମନ୍ଦିରରେ ଛାଡିଯଆନ୍ତି ମା ଲକ୍ଷ୍ମିଙ୍କୁ । ମା’ଙ୍କୁ ବଗଡା ଚାଉଳ ଓ କଳମ ସାଗ ଦେଇ ଶୀଘ୍ର ଫେରିଆସିବେ ବୋଲି କହିଥାନ୍ତି । କିନ୍ତୁ ବଳିଆର ଭୁଜ ଜଗନ୍ନ୍ାଥ ନଫେରିବାରୁ ପଞ୍ଚମି ଦିନ ମା ବ୍ୟତିବ୍ୟସ୍ତ ହୋଇଥାନ୍ତି । 



ଏହି ପଞ୍ଚମିରେ ମା’ବିମଳା ମା’ଲକ୍ଷ୍ମୀଙ୍କୁ ଏକ ମୋହଚୂର୍ଣ୍ଣ ଦେଇଥାନ୍ତି । ଏହାକୁ ଜଗନ୍ନାଥଙ୍କ ଉପରକୁ ଫିଙ୍ଗିବାକୁ କହିଥାନ୍ତି । ପଞ୍ଚମି ତିଥିରେ ବିମଳାଙ୍କ କର୍ପୂର ଆଳତୀ ଚୂର୍ଣ୍ଣ ନେଇ  ସନ୍ଧ୍ୟା ଧୂପ ସାରି ମା’ଲକ୍ଷ୍ମି ଲୁଚି ଲୁଚି  ଦଇତାପଡା ସାହି ପଟେ ହେରା ଗୋହରୀ ଦେଇ ଜଗନ୍ନାଥଙ୍କୁ ଖୋଜିବାକୁ ଯାଇଥାନ୍ତି । ବାସ୍ତବରେ ‘ହେରା’ ଅର୍ଥ ଦେଖିବା ଓ ମା’ ପଞ୍ଚମିରେ ଦେଖିବାକୁ ଯାଇଥାନ୍ତି ବୋଲି ଏହାକୁ “ହେରା ପଞ୍ଚମି” ନାମରେ ନାମିତ କରାଯାଇଛି । ରାଗରେ ଜର୍ଜରିତ ହୋଇ ଠାକୁରଙ୍କୁ ଖୋଜି ଖୋଜି ଗୁଣ୍ଡିଚା ମନ୍ଦିର ସାମ୍ନାରେ ତିନି ରଥ ଦେଖି ନନ୍ଦିଘୋଷରୁ କାଠ ଭାଙ୍ଗି ଦେଇଥାନ୍ତି । ପରେ ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି । ମା’ଙ୍କ ମାନଭଞ୍ଜନ ପାଇଁ ପଣ୍ଡା ଜଗନ୍ନାଥଙ୍କଙ୍କ ଠାରେ ଲାଗିଥିବା ଅଧରଚୁମ୍ବି ମାଳକୁ ମା’ଙ୍କ ଠାରେ ପକାନ୍ତି । ଏହାପରେ ରାଗ ତମ ତମ ହୋଇ ଗୁଣ୍ଡିଚା ଘର ଅଭଡା ବିକା ସ୍ଥାନକୁ ଯାଇଥାନ୍ତି  । ସେଠାରେ ମାଙ୍କ ଭିତରସ୍ଥ ସେବକ ଓ ପଣ୍ଡା ପଣା, କାକାରା, ସାକର ଅତ୍ୟାଦି ଭୋଗ ଲଗାନ୍ତି । ଏହାପରେ ମା ଜଗନ୍ନାଥଙ୍କ ସମ୍ନାରେ ବସି ମୋହଚୂର୍ଣ୍ଣ ପକାଇଦିଅନ୍ତି ଓ ଫେରିଆସନ୍ତି । ତାପର ଦିନ ତିନି ରଥକୁ ଦକ୍ଷିଣ ମୋଡ କରାଯାଏ, ସିଂହଦ୍ୱାର ପଟୁ ଡାକଚଣା ଦ୍ୱାରକୁ ଆସିଥାଏ ।