କେବେ ହୋଇଥିଲା ଯୋଗ ଦିବସର ଆରମ୍ଭ ଜାଣନ୍ତୁ

କେବେ ହୋଇଥିଲା ଯୋଗ ଦିବସର ଆରମ୍ଭ ଜାଣନ୍ତୁ

କେବେ ହୋଇଥିଲା ଯୋଗ ଦିବସର ଆରମ୍ଭ ଜାଣନ୍ତୁ

ଯୋଗ ହେଉଛି ଆତ୍ମା ଓ ପରମାତ୍ମାର ମିଳନ । ଏହା ଏକ ଶାରୀରିକ, ମାନସିକ ଓ ଆଧ୍ୟତ୍ମିକ ଅଭ୍ୟାସ । ଏହା ମନ ଓ ଶରୀରର ଏକତାର ପ୍ରତୀକ ଅଟେ । ପ୍ରାୟ ୬୦୦୦ ବର୍ଷ ପୂର୍ବେ ଭାରତରେ ଏହାର ଉପôତ୍ତି ହୋଇଥିବା ଅନୁମାନ କରାଯାଏ । ଆନ୍ତର୍ଜାତୀୟ ସ୍ତରରେ ଏହାକୁ ପାଳନ କରିବା ପାଇଁ ମିଳିତ ଜାତିସଙ୍ଘ ଅଧିବେସନରେ  ୨୦୧୪ ଡିସେମ୍ବର୧୧ ତାରିଖରେ ଭାରତ ପ୍ରସ୍ତାବ ଦେଇଥିଲା । ଯୋଗ ଦ୍ୱାରା ସ୍ୱାସ୍ଥ୍ୟଗତ ଲାଭ ସମସ୍ତେ ଗ୍ରହଣ କରିବା ଓ ଏହାକୁ ଦୈନିକ ନିଜ ଦିନଚର୍ଯ୍ୟାରେ ଅଂଶିଭୂତ ପାଇଁ ଅନୁରୋଧ କରିବା ସହ ଭାରତ ଏହାକୁ ନିଜର ବୌଦ୍ଧିକ ସମ୍ପତ୍ତି ଦାବି କରେ ନାହିଁ ବୋଲୀ ସ୍ପଷ୍ଟ କରିଥିଲା । ଏହାର ଲକ୍ଷ ଥିଲା  ଯୋଗର ମହତ୍ତ୍ୱକୁ ସମ୍ମାନ ଦେବା ଓ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବା । ଅଳ୍ପ କେତୋଟି ମୁସ୍ଲିମ ରାଷ୍ଟ୍ରକୁ ଛାଡିଲେ ପ୍ରାୟ ସମସ୍ତ ଦେଶ ଏହାକୁ ପାଳନ ଲାଗି ସମର୍ଥନ କରିଥିଲେ । ଏହି ଅଧିବେସନରେ ୧୭୭ ସଦସ୍ୟ ଜୁନ ୨୧କୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରିବା ଏକ ପ୍ରସ୍ତାବକୁ ଅନୁମୋଦନ କରିଥିଲେ । ପ୍ରଧାନମନ୍ତ୍ରି ମୋଦିଙ୍କ ଏହି ସଙ୍କଳ୍ପ ୯୦ ଦିନ ମଧ୍ୟରେ ସଂଖ୍ୟା ଗରିଷ୍ଠତା ଲାଭ କରିଥିଲା । ଯାହାପରେ ସର୍ବପ୍ରଥମେ ୨୦୧୫ ଜୁନ୨୧ରେ ବିଶ୍ୱ ଯୋଗ ଦିବସ ଭାବେ ପାଳନ କରାଯାଇଥିଲା ଓ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜଧାନୀ  ନୂଆ ଦିଲ୍ଲୀର ରାଜପଥଠାରେ ୮୪ଟି ଦେଶର ୩୫,୯୮୫ ଜଣ ଅଂଶଗ୍ରହଣକାରୀ ଭାଗ ନେଇ ଦୁଇଟି ଗିନିଜ୍ ୱାର୍ଲଡ୍୍ ରେକର୍ଡ ସ୍ଥାପନ କରିଥିଲେ ।