ରଙ୍ଗ ବେରଙ୍ଗର ନୂଆ ପୋଷାକ ପିନ୍ଧି ରଜ ଦୋଳିରେ ବସି ରଜ ଗୀତ ଗାଉଥାନ୍ତି ଗ୍ରାମର କିଶୋରୀ

ରଙ୍ଗ ବେରଙ୍ଗର ନୂଆ ପୋଷାକ ପିନ୍ଧି ରଜ ଦୋଳିରେ ବସି ରଜ ଗୀତ ଗାଉଥାନ୍ତି ଗ୍ରାମର କିଶୋରୀ

ରଙ୍ଗ ବେରଙ୍ଗର ନୂଆ ପୋଷାକ ପିନ୍ଧି ରଜ ଦୋଳିରେ ବସି ରଜ ଗୀତ ଗାଉଥାନ୍ତି ଗ୍ରାମର କିଶୋରୀ
ହଳଦୀ ରଙ୍ଗରେ, ଫୁଲର ଦୋଳିରେ, ନୂଆ ପୋଷାକର ସମାହାରରେ, ଅଳତା କୁଙ୍କୁମରେ ସଜେଇ ହୋଇ ପାନ ବଟୁଆକୁ ସାଥିରେ ଧରି ବରଷକୁ ଥରେ ଆସେ ରଜ । ମେଘର ଆଗମନରେ ଅକାଶ ମେଘର ମକୁଟ ପିନ୍ଧିଲା ପରି ଲାଗେ । ଅଧା ଖରା ଓ ଅଧା ମେଘ ଫେଣ୍ଟାଫେଣ୍ଟି ରଜ ପାଗ ମନରେ ଉସôାହ ଭରିଦିଏ । ଗ୍ରାମର କିଶୋରୀ ମାନେ ପାଦରେ ବିଭିନ୍ନ ପ୍ରକାରର ଅଳତା, ପାପୁଲିରେ ମଞ୍ଜୁଆତି ପତ୍ରର ବର୍ଣ୍ଣଛିଟା, ଦେହରେ ହଳଦୀ ମାଖି ଅତର ଲଗାନ୍ତି । ଆଖିରେ କଜଳ, ମଥାରେ ଟିପି ଟିପି ଚନ୍ଦନ, ବେଣୀରେ ରିବନ ଫୁଲ ଲଗାଇ, ରଙ୍ଗ ବେରଙ୍ଗର ନୂଆ ପୋଷାକ ପିନ୍ଧି ରଜ ଦୋଳିରେ ବସି ରଜ ଗୀତ ଗାଉଥାନ୍ତି । “ରଜ ଦୋଳି କଟମଟ ମୋ ଭାଈ ମୁଣ୍ଡରେ ସୁନା ମକୁଟଲୋ” ଗୀତରେ ଫାଟି ପଡେ ପରିବେଶ । ପେଙ୍ଗାରେ ଦୋଳି ଉଡିଯାଏ ମାଟିରୁ ଆକାଶ ଆଡେ । ଗାଁ ଦାଣ୍ଡରେ ଭେଣ୍ଡିଆ ଟୋକାଙ୍କ ବାଗୁଡି ଖେଳ, ଲୁଡୁ, ତାସ୍, ପଶାପାଲିର ଆସର ସହ ଆଈ ମା’ ଖିଲିପାନର ମହକ । ଚାକିରୀଆ ସ୍ୱାମୀର ଫେରନ୍ତା ବାଟକୁ ନୂଆ ବୋହୁଟି ଅପେକ୍ଷା କରିଥାଏ । ଗାଁ ପୁଅ ମୋଟା ଅଙ୍କର ଦରମା ନେଇ ଘରକୁ ବାହୁଡି ଥାଏ । ନୂଆ ବାହା ହୋଇଥିବା ଝିଅ ଶାଶୁଘରୁ ଆସିଥିବା ରଜ ଭାରର ମିଠେଇ ବାସ୍ନା । ପହିଲି ଆଷାଢର ଚୁପଚାପ ପରିବେଶରୁ ନାନା ପ୍ରକାର ପିଠା ପଣାର ବାସ୍ନା ରଜର ଅପୂର୍ବ ଅନୁଭବ ଦ୍ୱିଗୁଣିତ ହୋଇଥାଏ । ଚିତାକୁଟା କେଲୁଣୀର ଗୀତ ଓ କେଲୁଣୀର ରଙ୍ଗିନ ଡାଲାରେ ବେପାର ଏକ ସୁନ୍ଦର ପରମ୍ପରା ହୋଇଥାଏ । ଆଧୁନିକ ଜୀବନ ଧାରାରେ ବି ଓଡିଶାର ଏହି ପର୍ବ ତା’ର ମହତ୍ତ୍ୱ ଓ ମହକକୁ ବଜାଇ ରଖିଛି ।