ମହାଳୟାରେ ମା’ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ

ମହାଳୟାରେ ମା’ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ

ମହାଳୟାରେ ମା’ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ

ସମ୍ବଲପୁର: ସମ୍ବଲପୁରର ମା’ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହୋଇଯାଇଛି। ମହାଳୟା ଉପଲକ୍ଷେ  ଥିବାରୁ ମା’ଙ୍କ ପହଡ଼ ନିର୍ଦ୍ଧାରିତ ସମୟର ଅଧଘଣ୍ଟା ଆଗରୁ ଖୋଲାଯାଇ ବିଶେଷ ପୂଜାର୍ଚ୍ଚନା କରାଯିବା ସହ ଧବଳମୁଖୀ ବେଶ କରାଯାଇଛି। ବର୍ଷର ସମସ୍ତ ଦିନ ଓ ପର୍ବ ଗୁଡିକରେ ମା ସିନ୍ଦୂରମୁହିଁ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ମହାଲୟା ଦିନ ମା’ଙ୍କ ମୁହଁ ସମ୍ପୂର୍ଣ୍ଣ  ଭାବେ ଶ୍ୱେତ ବର୍ଣ୍ଣ କରାଯାଏ। ମହାଳୟାରେ ପିତୃ ପୁରୁଷଙ୍କୁ ପିଣ୍ଡ ଦାନ ପରେ ଗଙ୍ଗା ଗୟାରେ ସ୍ନାନ କରିବାର ନୀତି ନିୟମ ରହିଛି। ଯେଉଁମାନେ କୌଣସି କାରଣ ଯୋଗୁଁ ଗଙ୍ଗା, ଗୟା ଯାଇପାରନ୍ତି ନାହିଁ ସେମାବେ ପିତୃପୁରୁଷ ପିଣ୍ଡ ଦାନ ପରେ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦର୍ଶନ କରି ସମାନ ଫଳ ପାଇଥା’ନ୍ତି ବୋଲି ବିଶ୍ବାସ ରହିଛି। ସମଲେଶ୍ବରୀଙ୍କ ଏହି ବେଶକୁ ଗଙ୍ଗା ବେଶ ବୋଲି ମଧ୍ୟ କୁହାଯାଏ। ଧବଳମୁଖୀ ବେଶ ବର୍ଷରେ କେବଳ ଗୋଟିଏ ଦିନ ହେଉଥିବାରୁ ଏହି ଦିନ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ହୋଇଥିଲା। କୋଭିଡ ଯୋଗୁଁ ଗତବର୍ଷ ଭକ୍ତ ମାନେ ଧବଳମୁଖୀ ବେଶ ଦର୍ଶନରୁ ବଂଚିତ ହୋଇଥିଲେ। ଚଳିତ ବର୍ଷ କୋଭିଡ ଗାଇଡଲାଇନ ମଧ୍ୟରେ ଭକ୍ତ ମାନେ ଧବଳମୁଖୀ ବେଶ ଦର୍ଶନ ବ୍ୟବସ୍ଥା କରାଯାଇଛି। ସମ୍ବଲପୁରର ପଡ଼ୋଶୀ ଜିଲ୍ଲା ସହ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଆଦି ରାଜ୍ୟରୁ ମଧ୍ୟ ଭକ୍ତ ମାନେ ଏହି ସ୍ୱତନ୍ତ୍ର ଧବଳମୁଖୀ ବେଶ ଦେଖିବାକୁ ଆସିଥାନ୍ତି।