ସକାଳୁ ଶୀଘ୍ର ଉଠିବାରେ ସମସ୍ୟା ହେଉଛି କି : ତାହାହେଲେ ଏହି ସରଳ ଉପାୟ ଆପଣାନ୍ତୁ
ସକାଳୁ ଶୀଘ୍ର ଉଠିବାରେ ସମସ୍ୟା ହେଉଛି କି : ତାହାହେଲେ ଏହି ସରଳ ଉପାୟ ଆପଣାନ୍ତୁ
admin
Jan 23, 2021 - 11:43
Updated: Jan 23, 2021 - 11:43
ସବୁ ଦିନ ସକାଳୁ ଶୀଘ୍ର ଉଠିବାର ବହୁତ ଫାଇଦା ରହିଛି। ଯେମିତି କି ସ୍ବାସ୍ଥ୍ୟ ଭଲ ରହିବା ସହ ଦିନତମାମ୍ ଶରୀର ଏବଂ ମନ ଆକ୍ଟିଭ ରହିଥାଏ। ସକାଳୁ ଉଠିବା ଦ୍ବାରା ନୀତ୍ୟକର୍ମ ଶୀଘ୍ର ଶେଷ ହେବା ସହ କାମ କରିବାରେ ବିଶେଷ ପ୍ରଭାବ ପକାଇଥାଏ। କିନ୍ତୁ ଯଦି ଆପଣ ସକାଳୁ ଡେରିରେ ଉଠୁଛନ୍ତି ତେବେ ଆପଣଙ୍କ ଶରୀରରେ କୁ ପ୍ରଭାବ ପକାଇଥାଏ ଯେମିତି କି ଅଳସୁଆ ଲାଗିବା ସହ କାମ କରିବାରେ ଅସୁବିଧା ହେବା ଦିନତମାମ ଅଳସ ଭଳି କୁପ୍ରଭାବର ଶିକାର ହୋଇଥାନ୍ତି। ଏମିତି କିଛି ଲୋକ ଅଛନ୍ତି ସେମାନେ ସକାଳୁ ଉଠିବାକୁ ସବୁ ବେଳେ ଚେଷ୍ଟା କରିଥାନ୍ତି କିନ୍ତୁ ଉଠି ପାରନ୍ତି ନାହିଁ। ତେବେ ଏଭଳି ଅସୁବିଧାର ଶିକାର ହେଉଥିବାର ଲୋକ ମାନଙ୍କ ପାଇଁ ଆମେ ୯ଟି ସରଳ ଉପାୟ ନେଇ ଆସିଛୁ ଯାହା ପାଳନ କଲେ ସକାଳୁ ଉଠିବା ନେଇ ହେଉଥିବା ସମସ୍ୟା ଦୂର କରିପାରିବେ। ଆସନ୍ତୁ ଜାଣିବା ଉପାୟ ଗୁଡିକ କଣ.
୧. ମୁଣ୍ଡ ପାଖରୁ ଆଲାର୍ମକୁ ଦୂରରେ ରଖନ୍ତୁ: ଆଲାର୍ମ ଘଣ୍ଟାକୁ ଶୋଇବା ବେଳେ ମୁଣ୍ଡ ଠାରୁ ଟିକେ ଦୂରରେ ରଖନ୍ତୁ ଯେମିତି ଆପଣଙ୍କୁ ଆଲାର୍ମର ଧ୍ବନୀ ଶୁଣା ଯିବ କିନ୍ତୁ ତାକୁ ବନ୍ଦ କରିବା ପାଇଁ ଆପଣଙ୍କୁ ଖଟରୁ ଉଠିବାକୁ ପଡୁଥିବ। ତେବେ ଆପଣ ନିଦ ଭାଙ୍ଗିବାରେ ସହଜ ହେବା ସହ ଅଳସ ପଣ ଦୂର ହେବ। ଯାହା ଆପଣଙ୍କ ଶରୀରରେ ସୁପ୍ରଭାବ ପକାଇବ।
୨. ରାତି ଭୋଜନରେ କମ୍ ପ୍ରୋନିଟ୍ ଯୁ୍କ୍ତ ଖାଦ୍ୟ ଗ୍ରହଣ କରନ୍ତୁ:- ରାତ୍ରୀ ଭୋଜନରେ ଅଧିକ ପ୍ରୋଟିନ୍ ଖାଦ୍ୟ ଖାଇବା ଠାରୁ ଦୂରରେ ରହନ୍ତୁ କାରଣ ଅଧିକ ପ୍ରୋଟିନ୍ ଖାଦ୍ୟ ଖାଇଲେ ନିଦ ଅଧିକ ହୋଇଥାଏ। ତେଣୁ ଶୁଷ୍କ ଖାଦ୍ୟକୁ କମ୍ ମାତ୍ରରେ ଡିନର କରନ୍ତୁ ଯାହା ଦ୍ବାରା ନିଦ ଶୀଘ୍ର ହେବା ସହ ସକାଳୁ ଶୀଘ୍ର ଉଠିବାରେ ସହଜ ହେବା
୩. ଚା’ କିମ୍ବା କଫି କମ୍ ପିଅନ୍ତୁ:- ରାତିରେ ଖାଇବା ପରେ ଚା କିମ୍ବା କଫି କେବେ ବି ପିଅନ୍ତୁ ନାହିଁ । ଏମିତି କଲେ ରାତିରେ ଶୀଘ୍ର ନିଦ ହେବା ସହ ସକାଳୁ ଶୀଘ୍ର ନିଦ ଭାଙ୍ଗି ଥାଏ।
୪. ଆଲାର୍ମ ଟାଇମ୍ ସେଟ୍ କରନ୍ତୁ: ସକାଳୁ ଆଲାର୍ମ ଟାଇମ୍କୁ ପ୍ରତିଦିନ ୫ ମିନିଟ୍ – ୫ମିନିଟ୍ କମ୍ କରନ୍ତୁ। ଏହା ଦ୍ବାର ସକାଳୁ ଉଠିବାରେ ସହଜ ହୋଇଥାଏ।
୫. ରୁମ୍ ତାପମାନ ନିୟନ୍ତ୍ରଣ କରନ୍ତୁ: ବେଡ୍ରରୁମ୍ ତାପମାତ୍ର ୧୮ ଡିଗ୍ରୀରୁ ୨୨ ଡିଗ୍ରୀ ମଧ୍ୟରେ ରହବା ଉଚିତ୍। ଏହା ଦ୍ବାରା ରାତି ମଝିରେ ନିଦ କମ୍ ଭାଙ୍ଗି ଥାଏ। ତେଣୁ ସକାଳୁ ନିଦ ଶୀଘ୍ର ଭାଙ୍ଗିଥାଏ।
୬. ଆଲାର୍ମ ସୁଇଜ୍ ବଟନ୍ ବନ୍ଦ କରନ୍ତୁ ନାହିଁ:- ଯେତେ ବେଳେ ଆଲାର୍ମ ବାଜିବ ତାକୁ ବାରମ୍ବାର ବନ୍ଦ କରନ୍ତୁ ନାହିଁ। ଏମିତି କରିବା ଦ୍ବାରା ନିଦ ଭାଙ୍ଗିବାରେ ସହଜ ହୋଇଥାଏ।
୭.ଇଲେକ୍ଟ୍ରୋନିକ୍ ଡିଭାଇସ୍ ଠାରୁ ଦୂରରେ ରହନ୍ତୁ: ଫୋନ, ଟାବ୍ୟ, କମ୍ପ୍ୟୁଟର, ଭଳି ଇଲୋକ୍ଟ୍ରୋନିକ୍ ଡିଭାଇସକୁ ରାତିରେ ଶୋଇବା ବେଳ ବ୍ୟବହାର କରନ୍ତୁ ନାହିଁ। ଏମିତି କରିବା ଦ୍ବାରା ରାତିରେ ଶୀଘ୍ର ନିଦ ହୋଇଥାଏ ଏବଂ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡିନଥାଏ।
୮. ମାଦକ ଦ୍ରବ୍ୟ କମ୍ ବ୍ୟବହାର କରନ୍ତୁ:- ରାତିରେ ଶୋଇବା ପୂର୍ବରୁ ବିଡି, ସିଗାରେଟ୍, ମଦକୁ ପିଅନ୍ତୁ ନାହିଁ ଏହା ଅପଣଙ୍କ ନିଦ୍ରାରେ ଅସୁବିଧା ସୃଷ୍ଟି କରିଥାଏ। ମାଦକ୍ ଦ୍ରବ୍ୟ ଠାରୁ ଦୂରରେ ରହିଲେ ସ୍ବାସ୍ଥ୍ୟ ଭଲ ରହିବା ସହ ନିଦ୍ରା ହୀନତା ଭଳି ସମସ୍ୟା ଠାରୁ ଦୂର ହୋଇଥାଏ ଏବଂ ସକାଳୁ ଶୀଘ୍ର ଉଠିବାରେ ସହଜ ହୋଇଥାଏ।