ଜାଣନ୍ତୁ ତାଳି ମାରିବା ଦ୍ୱାରା ଶରୀରର କଣ ଉପକାର ହୋଇଥାଏ
ଜାଣନ୍ତୁ ତାଳି ମାରିବା ଦ୍ୱାରା ଶରୀରର କଣ ଉପକାର ହୋଇଥାଏ
admin
Jan 23, 2021 - 11:33
Updated: Jan 23, 2021 - 11:33
ଯେତେବେଳେ ଯେ କେହିବି ବ୍ୟକ୍ତି, ଯେ କୌଣସି ଭଲ କାମ କରନ୍ତି , ସେତେବେଳେ ତାଙ୍କୁ ତାଳି ବଜାଇ ପ୍ରଶଂସା କରାଯାଏ । ଯେମିତିକି ମଂଚରେ କେହି ଜଣେ ଭଲ ଗୀତ ଗାଇଲେ ବା ନାଚିଲେ କିମ୍ବା କେହି ଭଲ ଭାଷଣ ଦେଲେ, ଲୋକେ ତାଳି ବଜାଇଥାନ୍ତି । କିନ୍ତୁ ତାଳି ବଜାଇବା କୌଣସି ସାଧାରଣ ଅଭ୍ୟାସ ନୁହେଁ । ହୁଏତ ବହୁତ୍ କମ୍ ଲୋକ ଜାଣିଥିବେ ଯେ, ତାଳି ବଜାଇବାରେ ବହୁତ୍ ସ୍ୱାସ୍ଥ୍ୟ ଉପକାରୀ କାରଣ ରହିଛି । ବିଭିନ୍ନ ପ୍ରକାର ରୋଗର ଉପଚାର ତାଳି ବଜାଇବା ଦ୍ୱାରା ହୋଇଥାଏ ।
-ନିୟମିତ ୨ ରୁ ୩ ମିନିଟ ଯାଏଁ ତାଳି ବଜାଇବା ଦ୍ୱାରା ସ୍ୱାସ୍ଥ୍ୟ ପକ୍ଷେ ଉପକାରୀ ।
-ଯଦି କେହି ପ୍ରତିଦିନ ବ୍ୟାୟାମ କରି ପାରୁ ନାହାଁନ୍ତି , ତେବେ ପ୍ରତିଦିନ ୧ ରୁ ୨ ମିନିଟ ଯାଏଁ ତାଳି ବଜାଇପାରିବେ ।
-ବୈଜ୍ଞାନିକ ତଥ୍ୟ ଅନୁସାରେ , ହାତ ପାପୁଲିରେ ଶରୀରର ସମସ୍ତ ଆଭ୍ୟନ୍ତରୀଣ ଶକ୍ତିର ଉତ୍ସ ରହିଛି । ତାଳି ବଜାଇବା ଦ୍ୱାରା, ଏସବୁ ବିନ୍ଦୁ ଉପରେ ବାରମ୍ବାର ଚାପ ପଡିବା ଦ୍ୱାରା ଶରୀରରେ ବିଭିନ୍ନ ଶକ୍ତିକେନ୍ଦ୍ର ଠିକ୍ ଭାବେ କାର୍ଯ୍ୟ କରେ । ଯାହା ଫଳରେ ଶରୀର ସୁସ୍ଥ ରହେ ।
-ତାଳି ବଜାଇବା ଦ୍ୱାରା ବାତ,ପିତ୍ତ ଓ କଫର ସନ୍ତୁଳନ ଠିକ୍ ରହେ ।
-ତାଳି ବଜାଇବା ଦ୍ୱାରା ଶରୀରର ଅତିରିକ୍ତ ଚର୍ବି ହ୍ରାସ ପାଏ ।