ଦେହକୁ ହିତ ସୋୟାବିନ୍

ଦେହକୁ ହିତ ସୋୟାବିନ୍

ଦେହକୁ ହିତ ସୋୟାବିନ୍
ସୋୟାବିନରେ ପ୍ରଚୁର ମାତ୍ରାରେ ପ୍ରେଟିନ , ଭିଟାମିନ ଓ ଫାଇବର ଥାଏ । ଭିଟାମିନ ବି କଂପ୍ଳକ୍ସ, ଭିଟାମିନ ଏ ଓ କ୍ୟାଲସିୟମ କରି ଅତ୍ୟାବଶ୍ୟକ ତତ୍ୱ ମଧ୍ୟ ଏଥିରେ ଥାଏ । ଏଗୁଡିକ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ଏମିନୋଏସିଡର କାମ କରନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏଥିରେ କ୍ଷୀର,ମାଂସ ଓ ଅଣ୍ଡାଠାରୁ ମଧ୍ୟ ଅଧିକ ପରିମାଣର ପ୍ରୋଟିନ ଥାଏ । ପୁଣି ସୋୟାକୁ ପାନୀୟ ଭାବରେ ମଧ୍ୟ ଗ୍ରହଣ କରାଯାଇପାରେ ( ସୋୟା ମିଲ୍କ) । ୧- ପ୍ରଚୁର ମାତ୍ରାରେ ଫାଇବର ଥିବାରୁ ସୋୟା ପାଚନତନ୍ତ୍ରକୁ ମଜଭୁତ କରେ ଏବଂ ଖାଦ୍ୟକୁ ଶୀଘ୍ର ହଜମ କରିବାରେ ସହାୟକ ହୁଏ । ୨- ରକ୍ତହୀନ ବ୍ୟକ୍ତି ତଥା ଗର୍ଭବତୀ ମହିଳାଙ୍କ ପାଇଁ ସୋୟା ଅତ୍ୟନ୍ତ ଉପାଦେୟ ଖାଦ୍ୟ । ୩- ହୃଦରୋଗୀଙ୍କ ରକ୍ତରେ ବର୍ଦ୍ଧିତ ଏଚଡିଏଲ ନିୟନ୍ତ୍ରଣ କରେ । ୪- ଶରିରର ଓଜନ କମାଏ । ୫- ସୁସ୍ଥ ମସ୍ତିଷ୍କ ପାଇଁ ସୋୟା ଅଟାରେ ପ୍ରସ୍ତୁତ ରୁଟି ନିୟମିତ ଖାଇବା ଉଚିତ । ୬- ସୋୟା ଅଟା ପେଟ ସଫା ରଖେ । ୭- ଏକଜିମା ଦୂର କରେ । ୮- ମୁହଁକୁ ଦାଗହୀନ କରିବାରେ ଏହା ଅତ୍ୟନ୍ତ ଉପଯୋଗୀ ।