ଅବସାଦ ବଢ଼ାଏ ଗର୍ଭ ନିରୋଧକ ବଟିକା
ଅବସାଦ ବଢ଼ାଏ ଗର୍ଭ ନିରୋଧକ ବଟିକା
admin
Jun 19, 2019 - 10:37
Updated: Jun 19, 2019 - 10:37
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ମୁତାବକ ସାରା ବିଶ୍ୱରେ ୧୦୦ କୋଟିରୁ ଊଦ୍ଧ୍ୱର୍ ମହିଳା ଗର୍ଭ ନିରୋଧକ ବଟିକା ବ୍ୟବହାର କରିଥାଆନ୍ତି । ୧୯୬୦ ମସିହାରୁ ଗର୍ଭ ନିରୋଧକ ବଟିକାର ପ୍ରଚଳନ ଆରମ୍ଭ ହେବା ପରେ ଏହାକୁ ବ୍ୟବହାର କରୁଥିବା ମହିଳାମାନଙ୍କଠାରେ ଭିନ୍ନ ଭିନ୍ନ ପାଶ୍ୱର୍ ପ୍ରତିକି୍ରୟା ସୃଷ୍ଟି ହୋଇଥିବାର ପ୍ରମାଣ ମିଳିଛି । ଡେନ୍ମାର୍କର କେତେକ ଅନୁସନ୍ଧାନକାରୀଙ୍କ ପକ୍ଷରୁ କରାଯାଇଥିବା ଅଧ୍ୟୟନ ମୁତାବକ ଗର୍ଭ ନିରୋଧକ ବଟିକା ବ୍ୟବହାର କରୁଥିବା ଅଧିକାଂଶ ମହିଳା ଅବସାଦଗ୍ରସ୍ତ ରହିଥାଆନ୍ତି । ସେମାନେ ନିଜ ଅଧ୍ୟୟନରେ ୧୦ ଲକ୍ଷ ମହିଳାଙ୍କ ଡାକ୍ତରୀ ରିପୋର୍ଟ ସାମିଲ କରିଥିଲେ । ଏଥିରୁ ଜଣାପଡ଼ିଛି ଯେ, ଗର୍ଭ ନିରୋଧକ ବଟିକା ବ୍ୟବହାର କରିଥିବା ୧୫ରୁ ୩୪ ବର୍ଷ ବୟସ୍କା ମହିଳାମାନେ ପୂର୍ବରୁ କେବେ ଏଭଳି ଅବସାଦର ଶିକାର ହୋଇନଥିଲେ । ଯେବେଠାରୁ ଗର୍ଭ ନିରୋଧକ ବଟିକା ବ୍ୟବହାର କଲେ ସେବେଠାରୁ ସେମାନଙ୍କଠାରେ ଅବସାଦର ଲକ୍ଷଣ ପ୍ରକାଶ ପାଇଲା । ସେମାନଙ୍କ ମଧ୍ୟରୁ ଅନେକ ମହିଳା ଅବସାଦଗ୍ରସ୍ତକୁ ରୋକିବା ଲାଗି ଔଷଧ ଗ୍ରହଣ କରିବା ସହ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ୟୁନିଭର୍ସିଟି ଅଫ୍ ଏଭର୍ଡିନ୍ର ପ୍ରାଇମେରୀ କେୟାରର ପ୍ରଫେସର୍ ଫିଲ୍ ହାନାଫୋଡର଼୍ ଏ ନେଇ କହିଛନ୍ତି ଯେ, ଗର୍ଭ ନିରୋଧକ ବଟିକା ଗ୍ରହଣ କରିବା ଯୋଗୁଁ ଯେଉଁ ଅବସାଦ ସୃଷ୍ଟି ହୁଏ ତାହା ଏତେ ଗମ୍ଭୀର ନୁହେଁ । ବହୁତ କମ୍ ପାଶ୍ୱର୍ ପ୍ରତିକି୍ରୟା ପଡ଼ିଥାଏ ।