ବଡି ସ୍କ୍ରବ ତିଆରି କରିବା ପାଇଁ କିଛି ଟିପ୍ସ......
ବଡି ସ୍କ୍ରବ ତିଆରି କରିବା ପାଇଁ କିଛି ଟିପ୍ସ......
admin
Apr 19, 2021 - 12:09
Updated: Apr 19, 2021 - 12:09
ଏବେ ସମସ୍ତେ ନିଜର ସୁନ୍ଦରତାକୁ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ଜିନିଷ ମୁହଁରେ ଲଗାଉଛନ୍ତି । ମୁହଁର ସୁନ୍ଦରତା ବଜାଇ ରଖିବା ସହିତ ଶରୀରର ସୁନ୍ଦରତାକୁ ବି ବଜାଇ ରଖିବା ନିହାତି ଆବଶ୍ୟକ । ଏଥିପାଇଁ ସପ୍ତାହକୁ ଥରେ ବଡି ସ୍କ୍ରପ କରିବା ନିହାତି ଜରୁରୀ ଅଟେ । ଏଥିପାଇଁ ଜରୁରୀ ନୁହେଁ କି ଆପଣ ମାର୍କେଟରୁ ମହଙ୍ଗା ସ୍କ୍ରବ ଆଣି ସ୍କ୍ରବ କରିବେ । ଆପଣ ଘରେ ମଧ୍ୟ ବହୁତ ସହଜ ଉପାୟରେ ଏହାକୁ ବନାଇ ପାରିବେ । ଏହା ଆପଣଙ୍କୁ ସସ୍ତାରେ ମିଳିବା ସହିତ ଲାଭଦାୟକ ହୋଇଥାଏ ।
ଚେହେରାକୁ ସୁନ୍ଦର ଏବଂ ଗୋରା କରିବା ପାଇଁ ଆମେ ସବୁ ପ୍ରକାର ଜିନିଷ ଆପଣେଇ ଥାଉ । ଫେସୱାସ ହେଉ ଅବା ପେସ ପ୍ୟାକ ଆମେ ସବୁ ଆପଣେଇ ଥାଉ ଯାହାକି ଲଗାଇବା ଦ୍ୱାରା ସୁନ୍ଦରତା ଆସିଥାଏ । କିନ୍ତୁ ଆମେ ଭୁଲି ଯାଉଛୁ କି ମୁହଁର ସୁନ୍ଦରତା ସହିତ ଆମକୁ ଶରୀର ସୁନ୍ଦରତା ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ ଅଟେ ।
ସେମିତିରେ ମାର୍କେଟରେ କେତେ ପ୍ରକାରର ବଡି ସ୍କ୍ରବ ମିଳୁଛି ହେଲେ ଆପଣ ଘରେ ତିଆରି କରିଥିବା ସ୍କ୍ରବକୁ ମଧ୍ୟ ବଡିରେ ସ୍କ୍ରବ କରିପାରିବେ । ଚାଲନ୍ତୁ ଜାଣିବା ଆମେ କେମିତି ସହଜ ଉପାୟରେ ଘରେ ବଡି ସ୍କ୍ରବ ତିଆରି କରିପାରିବା ।
ଏମିତି ବନାନ୍ତୁ ସ୍କ୍ରବ
ଆପଣ ଘରେ ଥିବା କଛି ସାଧାରଣ ଜିନିଷରେ ହୋମମେଡ ସ୍କ୍ରବ ତିଆର କରିପାରିବେ । ଏଥିପାଇଁ ଆପଣଙ୍କୁ ଦରକାର ହୋଇଥାଏ ମସୁର ଡାଲି, ବେସନ, ଚନ୍ଦନ ପାଉଡର, ହଳଦୀ ପାଉଡର, ଦହି କିମ୍ବା କ୍ଷୀର । ଏହି ସବୁକୁ ମିଶାଇ ଗୋଟେ ପେଷ୍ଟ ତିଆରି କରନ୍ତୁ । ଏହାକୁ ଠିକସେ ତ୍ୱଚାରେ ଲଗାଇ ସ୍କ୍ରବ କରନ୍ତୁ । ତାପରେ ତ୍ୱଚାକୁ ଧୋଇ ଦିଅନ୍ତୁ । ସପ୍ତାହକୁ ୧ ଥର କିମ୍ବା ୨ ଥର ଏହାକୁ ଲଗାଇଲେ ସ୍କିନରେ ଗ୍ଲୋ ଆସିଥାଏ ।