ଓଠକୁ କଳା ଓ ଶୁଷ୍କ ହେବାରୁ ରୋକନ୍ତୁ, ଆପଣାନ୍ତୁ ଏହି ଉପାୟ
ଓଠକୁ କଳା ଓ ଶୁଷ୍କ ହେବାରୁ ରୋକନ୍ତୁ, ଆପଣାନ୍ତୁ ଏହି ଉପାୟ
admin
Jan 17, 2020 - 02:30
Updated: Jan 17, 2020 - 02:30
ଭୁବନେଶ୍ୱର - ଓଠର ସୁନ୍ଦରତା ଆମକୁ ଆହୁରୀ ସୁନ୍ଦର ଆକର୍ଷଣୀୟ କରିବାରେ ସହାୟକ ହୋଇଥାଏ । ନିଜର ସୈାନ୍ଦର୍ଯ୍ୟତା ବଢାଇବାକୁ ସମସ୍ତେ ପସନ୍ଦ କରନ୍ତି। ଆଉ ସୌନ୍ଦର୍ୟ୍ୟରେ ଏକ ଓଠର ଯନô ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ ଗୋଲାପି ଓଠ। କିନ୍ତୁ ଯଦି ଆପଣଙ୍କ ଓଠ କଳା ପଡ଼ିଯାଉଛି, ତା’ହେଲେ ଏହା ଆପଣଙ୍କ ଚାନ୍ଦପରି ସୁନ୍ଦର ମୁହଁରେ ଗ୍ରହଣ ଭଳି ଲାଗେ। ବିଶେଷ କରି ଶୀତ ଦିନରେ ଲୋକଙ୍କର ଓଠ ଶୁଖିଲା ଓ କଳା ପଡ଼ିଯାଏ। ତେବେ ଚିନ୍ତା କରିବାର କିଛି ନାହିଁ। ଆମେ କିଛି ଘରୋଇ ଉପଚାର ବିଷୟରେ କହିବୁ, ଯାହା ମାଧ୍ୟମରେ ଆପଣ ଓଠର ପ୍ରାକୃତିକ ଚମକ ଫେରାଇ ଆଣିପାରିବେ।
ମହୁ -: ମହୁରେ ପ୍ରଚୁର ପରିମାଣରେ ମଶ୍ଚରାଇଜର ରହିଛି। ଏହାବ୍ୟତୀତ ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟି ବ୍ୟାକ୍ଟେରିଆଲ୍ ତତ୍ତ୍ୱ ରହିଛି, ଯାହା ଓଠକୁ ଇନ୍ଫେକ୍ସନ୍ରୁ ରକ୍ଷା କରିବା ସହ ଏହାକୁ ଶୁଖିଲା ହେବାକୁ କିମ୍ବା କଳା ପଡ଼ିବାକୁ ଦିଏ ନାହିଁ। ତେଣୁ ପ୍ରତିଦିନ ଓଠରେ ମହୁ ଲଗାନ୍ତୁ।
କାକୁଡ଼ି -: ଏଥିରେ ମଧ୍ୟ ଅନେକ ଭିଟାମିନ୍ ଓ ମିନେରାଲ୍ସ ରହିଛି, ଯାହ ଆପଣଙ୍କ ଓଠକୁ କଳା ହେବରୁ ରକ୍ଷା କରିବ ଓ ଗୋଲାପି କରିବାରେ ସାହାଯ୍ୟ କରିବ। ତା’ ସହିତ ଏହା ଓଠରୁ ଶୁଷ୍କପଣ ଦୂର କରିବ।
ଆଲୋଭେରା -: ଆଲୋଭେରା ଆପଣଙ୍କ ଓଠକୁ ପୂର୍ବାବସ୍ଥାକୁ ଫେରାଇ ଆଣିବାରେ ବେଶ୍ ସହାୟକ ହୋଇଥାଏ। କାରଣ ଏଥିରେ ଭିଟାମିନ୍, ମିନେରାଲ୍ସ, ଆଣ୍ଟି ଅକ୍ସିଡାଣ୍ଟ୍ ଓ ଆଣ୍ଟି ଇନ୍ଫ୍ଲାମେଟୋରି ତତ୍ତ୍ୱ ଭରପୂର ପରିମାଣରେ ରହିଛି। ତେଣୁ ଏହାକୁ ଓଠରେ ଲଗାନ୍ତୁ।
ନଡ଼ିଆ ତେଲ -: ଶୋଇବା ପୂର୍ବରୁ ବୁନ୍ଦେ ନଡ଼ିଆ ତେଳ ନେଇ ଓଠରେ ଲଗାନ୍ତୁ। କିଛି ଦିନ ଏମିତି କରିବା ଦ୍ୱାରା ଦେଖିବେ ଆପଣଙ୍କ ଓଠର ରଙ୍ଗ ଗୋଲାପି ହୋଇଯିବ।