ଭାରତୀୟ ଅର୍ଥବ୍ୟବସ୍ଥାକୁ ନେଇ ଏପରି କହିଲା ବିଶ୍ୱବ୍ୟାଙ୍କ

ଭାରତୀୟ ଅର୍ଥବ୍ୟବସ୍ଥାକୁ ନେଇ ଏପରି କହିଲା ବିଶ୍ୱବ୍ୟାଙ୍କ

ଭାରତୀୟ ଅର୍ଥବ୍ୟବସ୍ଥାକୁ ନେଇ ଏପରି କହିଲା ବିଶ୍ୱବ୍ୟାଙ୍କ


ନୂଆଦିଲ୍ଲୀ : ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ବିଶ୍ୱବ୍ୟାଙ୍କ ପୁଣି ଥରେ ଆସ୍ଥା ପ୍ରକଟ କରିଛି। ବିଶ୍ୱବ୍ୟାଙ୍କ କହିଛି; ଗୋଟିଏ ପଟେ ବିଶ୍ବର ଅର୍ଥନୀତି ମାନ୍ଦାବସ୍ଥା ମୁହାଣରେ ଛିଡା ହୋଇଥିବା ବେଳେ ଭାରତୀୟ ଅର୍ଥ ବ୍ୟବସ୍ଥା ୬.୬ ପ୍ରତିଶତ ହାରରେ ପ୍ରଗତି କରୁଛି। ଯଦି ଆଉ ଗୋଟିଏ ଝଟକା ଲାଗିବ ବୈଶ୍ୱିକ ଅର୍ଥବ୍ୟବସ୍ଥା ମାନ୍ଦାବସ୍ଥା ଖାଇକୁ ଖସି ପଡିବ। କାରଣ ବିଶ୍ୱର ସବୁ ଅର୍ଥବ୍ୟବସ୍ଥା ଏବେ ଦୁର୍ବଳ। ଆମେରିକା ହେଉ କି ୟୁରୋପ ଅଥବା ଚୀନ୍‌; ବିକାଶ ହାର ବଢାଇବା ଏବେ ସମସ୍ତଙ୍କ ଲାଗି ଚିନ୍ତାର କାରଣ ହୋଇ ପଡିଛି। ଦକ୍ଷିଣ ଏସିଆ ଉପରେ ମାନ୍ଦାବସ୍ଥାର ଏତେଟା ପ୍ରଭାବ ପଡି ନପାରେ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି; କାରଣ ଏହି କ୍ଷେତ୍ରରେ ଭାରତ ଭଳି ଅର୍ଥ ବ୍ୟବସ୍ଥା ରହିଛି । ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ଆରମ୍ଭରୁ ବିଶ୍ୱ ବ୍ୟାଙ୍କର ଭରସା ରହିଛି। ଏଣୁ ଜାରି ଆର୍ଥିକ ବର୍ଷ ୨୦୨୨-୨୩ରେ ଭାରତର ବିକାଶ ହାର ୬.୪ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି। ସେହିପରି ଆଗାମୀ ଆର୍ଥିକ ବର୍ଷ ନିମନ୍ତେ ବିକାଶ ଅନୁମାନକୁ ମଧ୍ୟ ବିଶ୍ୱବ୍ୟାଙ୍କ ବଢାଇଛନ୍ତି। ଦକ୍ଷିଣ ଏସିଆର ମୋଟ ଉତ୍ପାଦନରେ ୭୫ ପ୍ରତିଶତ ଯୋଗଦାନ ଭାରତର ରହୁଛି।
ଏଣୁ ଜାରି ଆର୍ଥିକ ବର୍ଷର ପ୍ରଥମ ଷାଣ୍ମାସିକରେ ଭାରତର ବିକାଶ ହାର ୯.୭ ପ୍ରତିଶତ ରହିଛି। ଭାରତରେ ନିବେଶ ଓ ବ୍ୟବହାରର ଦୃଢ ଆଧାର ରହିଛି। ଏଣୁ ଆଗାମୀ ଆର୍ଥିକ ବର୍ଷରେ ମଧ୍ୟ ଭାରତ ବିଶ୍ୱର ବିକାଶଶୀଳ ଅର୍ଥ ବ୍ୟବସ୍ଥାଙ୍କ ମଧ୍ୟରେ ସବୁଠୁ ଦ୍ରୁତ ବିକାଶ ହାସଲ କରିବ । ତେବେ ଭାରତର ବିକାଶ ଯାତ୍ରାରେ ମୁଦ୍ରାସ୍ଫୀତି ଓ ନିଅଣ୍ଟିଆ ବାଣିଜ୍ୟ ବଡ଼ ପ୍ରତିବନ୍ଧକ। ପଟେ ମୁଦ୍ରାସ୍ଫୀତି ଉପଭୋକ୍ତା ବ୍ୟବହାର ଉପରେ ପ୍ରଭାବ ପକାଉଥିବାବେଳେ ବାଣିଜ୍ୟ ନିଅଣ୍ଟ ଦେଶର ରାଜସ୍ୱ ହ୍ରାସ କରୁଛି। ଗତ ନଭେମ୍ବର ମାସରେ ମୁଦ୍ରାସ୍ଫୀତି ୬ ପ୍ରତିଶତ ଆଖପାଖରେ ଥିଲା ା ମୁଦ୍ରାସ୍ଫୀତି ଯୋଗୁ ଆରବିଆଇଙ୍କୁ ରେପୋ ରେଟରେ ୨.୨୫ ପ୍ରତିଶତ ବୃଦ୍ଧି କରିବାକୁ ପଡିଛି। ଅନ୍ୟପଟେ ୨୦୧୯ରୁ ଏ ପର୍ୟ୍ୟନ୍ତ ଦେଶର ବାଣିଜ୍ୟିକ ନିଅଣ୍ଟ ୨ ଗୁଣାରୁ ଅଧିକ ହୋଇ ଗଲାଣି। ଏହି ରାଜସ୍ୱ ନିଅଣ୍ଟ ପେଟ୍ରୋଲିୟମ ଉତ୍ପାଦ ଓ ଖଣିଜ ଆମଦାନୀ ଲାଗି ବଢି ବଢି ଚାଲିଛି। ଏଥିରେ ପେଟ୍ରୋଲିୟମ ଉତ୍ପାଦ ଲାଗି ୭.୬ ବିଲିୟନ ଡଲାରର ବାଣିଜ୍ୟିକ ନିଅଣ୍ଟ ହୋଇଥିବା ବେଳେ ଖଣିଜ ଆମଦାନୀ ପାଇଁ ୪.୨ ବିଲିୟନ ଡଲାରର ନିଅଣ୍ଟିଆ ଦେଖାଯାଇଛି।