ହାଇଦ୍ରାବାଦରୁ ଚୋରି, ବାଲେଶ୍ୱର ଖତ ଗଦାରେ ଲୁଚା ଯାଇଥିଲା ୨୧ ଲକ୍ଷ
ଖତ ଗଦାରୁ ମିଳିଲା ବିଡା ବିଡା ୫ ଶହ ଟଙ୍କିଆ ଖତ ଯେତେ ଖୋଳା ଯାଉଥିଲା ସେତେ ମିଳୁଥିଲା ଟଙ୍କା ବିଡା ଶେଷରେ ୨୧ ଲକ୍ଷ ଟଙ୍କା ଖତ ଗଦାରୁ ଜବତ ଓଡିଶା ପୋଲିସ ନୁହେଁ, ହାଇଦ୍ରାବାଦ୍ ପୋଲିସ ଜବତ କରିଛି ଏହି ଟଙ୍କା
ଦେଖନ୍ତୁ ଖତ ଗଦା, ଦେଖନ୍ତୁ ଟଙ୍କା ବିଡା । ଖତ ଖୋଲା ଚାଲିଛି. ଟଙ୍କା ଜବତ ଚାଲିଛି । ଏମିତି ଦୃଶ୍ୟ ଆପଣ କେବେ ଆଗରୁ ଦେଖିଛନ୍ତି କି । ନା, ଦେଖି ନ ଥିବେ, ମନରେ ଲୋଭ ଆସୁଛି, ତା ସହିତ ଆଶ୍ଚ ଯର୍କ୍ୟ ବି ହେଉଥିବେ ଆପଣ ।
ଘଟଣାଟି ହେଉଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ବଡ ମନ୍ଦାରୁଣି ଗାଁର । ହାଇଦ୍ରବାଦ୍ ପୋଲିସ ଗାଁରେ ପହଂଚି ଏ ସବୁ ଜବତ କରିଛି । କିନ୍ତୁ ଏତେ ପରିମାଣର ଟଙ୍କା ଖତ ଗଦାକୁ ଆସିଲା କେମିତି କିଏ ସେ ଆଣିଲା । ଶଳା ଏହି ଟଙ୍କା ଚୋରି କରି ଭିଣୋଇକୁ ଦେଇଥିଲା । ଆଉ ଭିଣୋଇ ଏହି ଚୋରି ଟଙ୍କା ନିଜ ଶ୍ୱଶୁର ଘରକୁ ମାନେ ଶଳାର ବାପାମାଙ୍କୁ ଦେଇଥିଲା । ତା ପରେ ବାପାମା ମିଶି କରି ନିଜ ବାରି ପଛ ପଟେ ଥିବା ଖତ ଗଦାରେ ଏହାକୁ ଜରି ଗୁଡାଇ ପୋତି ଦେଇଥିଲେ । ଆଉ ଏହା ଉପରେ ଏକ କଦଳୀ ଗଛ ଲଗାଇ ଦେଇଥିଲେ । ବଡ ରୋଚକ କଥା ନା । ଏବେ ଆସନ୍ତୁ ଜାଣିବା ପୁରା ଘଟଣା ।
ହାଇଦ୍ରାବାଦ ପୋଲିସର ସୁଚନା ଅନୁସାରେ ଶଳା ରବୀନ୍ଦ୍ର ବେହେରା ହାଇଦ୍ରାବାଦର ଏକ କଂପାନୀରେ ଗତ ୧୦ ବର୍ଷ ହେବ କାମ କରି ଆସୁଛି । ଗତ ୩ ଦିନ ଧରି କଂପାନୀ ଛୁଟି ଥିବାରୁ ଗୋପାଳ ନିଜ କଂପାନୀର ୨୧ ଲ କ୍ଷ ନଗଦ ଟଙ୍କା ଚୋରି କରି ନିଦ ପାଖରେ ରଖିଥିଲା । ତେବେ କାଳେ ପୋଲିସ କିମ୍ବା କଂପାନୀ ତାକୁ ସନ୍ଦେହ କରିବ ସେଥି ପାଇଁ ବାଲେଶ୍ୱରରେ ରହୁଥିବା ନିଜ ଭିଣୋଇ ଗୋପାଳ ବେହେରାକୁ ଫୋନ୍ କରିଥିଲା । ପରେ ଏହି ଟଙ୍କା ଏକ ଡବାରେ ପ୍ୟାକିଂ କରି ଟ୍ରେନରେ ଜଣେ ଲୋକ ହାତରେ ପଠାଇ ଦେଇଥିଲା । ବାଲେଶ୍ୱର ଷ୍ଟେସନରୁ ଏହି ଚୋରି ଟଙ୍କା ଭିଣୋଇ ପାଇବା ପରେ କମର୍ଦ୍ଦା ଥାନା ଅନ୍ତର୍ଗତ ବଡ ମନ୍ଦାରୁଣିରେ ରହୁଥିବା ଶାଶୁ ଶ୍ୱଶୁର ବା ରବିର ବାପାମାଙ୍କୁ ହସ୍ତାନ୍ତର କରିଥିଲା । ପରେ ରବିନ୍ଦ୍ରର ବାପା ମା ଏହି ଟଙ୍କା ନେଇ ଖତ ଗଦାରେ ପୋତି ଦେଇଥିଲେ । ଚୋରି ଘଟଣାର ତଦନ୍ତ କରି ହାଇଦ୍ରାବାଦ୍ ପୋଲିସ ବଡ ମନ୍ଦାରୁଣି ଗାଁରେ ପହଂଚିବା ପରେ ଏହି ଟଙ୍କା ଜହତ କରିଛି ।