ପୁସ୍ତକ ପ୍ରେମୀ ଦିବସ

ପୁସ୍ତକ ପ୍ରେମୀ ଦିବସ

ପୁସ୍ତକ ପ୍ରେମୀ ଦିବସ
ପ୍ରତିବର୍ଷ ଅଗଷ୍ଟ ୯ ତାରିଖରେ ‘ପୁସ୍ତକ ପ୍ରେମୀ ଦିବସ’ ପାଳନ କରାଯାଏ । ସହସ୍ରାଧିକ ବର୍ଷ ତଳେ ମଣିଷ ଲେଖିବା ଶିଖିଥିଲେ । ତେବେ, ଜୋହାନ ଗୁଟେନବର୍ଗ ମୁଦ୍ରଣ ଯନ୍ତ୍ର ଉଦ୍ଭାବନ କଲା ପରେ ପଞ୍ଚଦଶ ଶତାବ୍ଦୀର ମଧ୍ୟ ଭାଗରେ ପୁସ୍ତକର ଜନ୍ମ । ଏହା ପୂର୍ବରୁ ତାଳପତ୍ର ପୋଥି, ବାଉଁଶ ପୋଥି ଆଦିରେ ପ୍ରଚଳିତ ଥିଲା । କାଗଜ ପୁସ୍ତକର ଆଦୃତ ସହ ତାଳପତ୍ର ପୋଥିର ପ୍ରଚଳନ କ୍ରମଶଃ ବନ୍ଦ ହୋଇଥିଲା । ଗୁଟେନବର୍ଗଙ୍କ ଦ୍ୱାରା ମୁଦ୍ରିତ ‘ବାଇବେଲ’ ବିଶ୍ୱର ପ୍ରଥମ ପୁଚ । ଫ୍ରେଞ୍ଚ ଔପନ୍ୟାସିକ ମାର୍ସେଲ ପୁସତଙ୍କ ‘ଇନ ସର୍ଚ ଅଫ ଲସଟ ଟାଇମ୍’ ବିଶ୍ୱର ସବୁଠାରୁ ଲମ୍ବା ଉପନ୍ୟାସ । ଏହା ତେର ଖଣ୍ଡ ବିଶିଷ୍ଟ ଏବଂ ଶବ୍ଦ ସଂଖ୍ୟା ତେର ଲକ୍ଷ । ସବୁଠାରୁ ମୂଲ୍ୟବାନ ବହି ‘୧୬୪୦ ବେ ପାମ୍’ । ୨୦୧୩ ରେ ଏହା ୧.୪୨ କୋଟି ଡଲଶରରେ ନିଲାମ ହୋଇଥିଲା । ବୃହତ୍ତମ ବହି ‘ଦ କ୍ଲେଙ୍କା ଆଟଲାସ’ । ଏହାର ଦୈର୍ଘ୍ୟ ପ୍ରସ୍ଥ ଯଥାକ୍ରମେ ୧.୭୫ ମିଟର ଏବଂ ୧.୯୦ ମିଟର । ଟାଇପ ରାଇଟରେ ରଚନା କରାଯାଇଥିବା ପ୍ରଥମ ଉପନ୍ୟାସ ମାର୍କ ଟ୍ୱେନଙ୍କ ‘ଦ ଆଡଭେନଚର ଅଫ ଟମାସ ସଏର’ । ୧୮୮୯ ରେ ପ୍ରକାଶିତ, ମାର୍କିନ, ଲେଖିକା ଏଲିସ ବ୍ରାଉନଙ୍କ ଦ୍ୱାରା ରଚିତ ଉପନ୍ୟାସ ‘ଫୁଲସ ଅଫ ନେଚର’ ବିଶ୍ୱର ପ୍ରଥମ ‘ବେଷ୍ଟ ସେଲର’ ।