ପୁଅ ଜୀବିତ ଥିବାବେଳେ ଶୁଦ୍ଧିକ୍ରିୟା କଲେ ବାପା

ପୁଅ ଜୀବିତ ଥିବାବେଳେ ଶୁଦ୍ଧିକ୍ରିୟା କଲେ ବାପା

 ପୁଅ ଜୀବିତ ଥିବାବେଳେ ଶୁଦ୍ଧିକ୍ରିୟା କଲେ ବାପା
ଭୁବନେଶ୍ୱର : ପିଲା ବଂଚିଛି । ହେଲେ ଗାଁ ଲୋକ ଚାପ ପକାଇବାରୁ ବାଧ୍ୟରେ ବାପା ତା’ର ଶୁଦ୍ଧିକ୍ରିୟା କଲେ । ଭଞ୍ଜନଗରରେ ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୪ ବର୍ଷ ତଳେ ଲୋମଶ କାହ୍ନାଙ୍କୁ ନେଇ ଚର୍ଚ୍ଚା ହୋଇଥିଲା । ଦେହ ଲୋମରେ ଭର୍ତି ହୋଇଯାଇଥିଲା । କିନ୍ତୁ ଗଣମାଧ୍ୟମରେ ଖବର ପ୍ରକାଶ ପରେ ସରକାର ତାଙ୍କର ଚିକିତ୍ସା କରିଥିଲେ । ମୁହଁରୁ ଲୋମ କଢ଼ାଯାଇ ଜଙ୍ଘର ଚମଡ଼ା ଲାଗିଲା । କିନ୍ତୁ ପରେ ଅସ୍ତ୍ରୋପଚାର ସ୍ଥାନ କୁଣ୍ଡେଇ ହେବା ସହ ଘା’ ହୋଇଥିଲା । ଘା’ରେ ପୋକ ବି ହୋଇଯାଇଥିଲେ । ଫଳରେ ପୁଣି ଥରେ କାହ୍ନା ଚିକିତ୍ସିତ ହେବା ପରେ ଘରକୁ ଫେରିଥିଲେ । କିନ୍ତୁ ଗାଁ ଲୋକ ପିଲା ସହ ମିଶିନଥିଲେ । ଶୁଦ୍ଧି କଲେ ହିଁ ମିଶିବାକୁ ଅନୁମତି ମିଳିବ ବୋଲି ଗ୍ରାମବାସୀ କହିଥିଲେ । ଫଳରେ ୧୧ ଦିନ ଧରି ଶୁଦ୍ଧିକ୍ରିୟା କରିବା ସହ ପୁଅକୁ ଲଣ୍ଡା କରିଥିଲେ । ଏଭଳି ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି ।