୧୦୦ରୁ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧୦୦ରୁ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧୦୦ରୁ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୯ ଜିଲ୍ଲାରୁ ମୋଟ୍ ୯୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୧ ଜିଲ୍ଲାରୁ କୌଣସି ବ୍ୟକ୍ତି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ୨୪ ଘଣ୍ଟାରେ କ୍ୱାରେନଣ୍ଟିନରୁ ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ମୋଟ୍ ୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୬, ବାଲେଶ୍ୱରରୁ ୭, ବରଗଡ଼ରୁ ୩, ବଲାଙ୍ଗୀର ଓ ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ କଟକରୁ ୮, ଢେଙ୍କାନାଳରୁ ୧, ଗଞ୍ଜାମରୁ ୧,ଯାଜପୁରର ୪, ଝାରସୁଗୁଡ଼ାରୁ ୧, କନ୍ଧମାଳରୁ ୧, ଖୋର୍ଧାରୁ ୧୪, କୋରାପୁଟରୁ ୧, ମୟୂରଭଞ୍ଜରୁ ୩,ନୂଆପଡ଼ାରୁ ୮, ପୁରୀରୁ ୪, ରାୟଗଡ଼ାରୁ ୩, ସମ୍ବଲପୁରରୁ ୯ ଓ ସୁନ୍ଦରଗଡରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି ଷ୍ଟେଟ୍ ପୁଲର ସଂଖ୍ୟା ୩ ରହିଛି ।