ଦିଲ୍ଲୀରେ ବ୍ୟାରିକେଡ ଭାଙ୍ଗିଲେ ଚାଷୀ

ଦିଲ୍ଲୀରେ ବ୍ୟାରିକେଡ ଭାଙ୍ଗିଲେ ଚାଷୀ

ଦିଲ୍ଲୀରେ ବ୍ୟାରିକେଡ ଭାଙ୍ଗିଲେ ଚାଷୀ
ନୂଆଦିଲ୍ଲୀ:କୃଷକଙ୍କ ଟ୍ରାକ୍ଟର ରାଲି ବେଳେ କୃଷକ-ପୋଲିସ ସଂଘର୍ଷ ଘଟିଛି । ପୋଲିସ ବ୍ୟାରିକେଡ ଭାଙ୍ଗି ଦିଲ୍ଲୀକୁ ପ୍ରବେଶ କରିଛନ୍ତି ଚାଷୀ । ଆନେ୍ଦାଚନ ଚାଷୀଙ୍କ ଉପରେ ପୋଲିସର ଲାଠି ଚାର୍ଜ ହୋଇଥିବା ସୂଚନା ମିଳିଛି । ଚାଷୀ ଆନେ୍ଦାଳନକୁ ଅଟକାଇବା ପାଇଁ ଲୁହବୁହା ଗ୍ୟାସ ପୋଲିସ ପ୍ରୟୋଗ କରିଛି । ଆନେ୍ଦାଳନକାରୀ ମାନେ ଟିକରି ବର୍ଡରରେ ବି ବ୍ୟାରିକେଡ ଭାଙ୍ଗିଛନ୍ତି । ଗ୍ୟାଜିପୁର ପୋଲିସ ଉପରେ ଖଣ୍ଡାରେ ଆକ୍ରମଣ ହୋଇଥିବା ସୂଚନା ରହିଛି । ଆଜି ଟ୍ରାକ୍ଟର ରାଲିରେ ଚାଷୀମାନେ ନିଜର ଉଗ୍ରରୂପ ଦେଖାଇଛନ୍ତି । ବାହାର ପାଖ ରିଙ୍ଗ୍ ରୋଡ୍‌ରେ ପଦଯାତ୍ରା କରିବାକୁ ସିଂଘୁ ସୀମାନ୍ତର ପ୍ରାୟ ୫୦୦୦ ପ୍ରତିବାଦକାରୀ ଜିଦ୍‌ଧରି ବସିଛନ୍ତି। ଟିକ୍ରି ସୀମାନ୍ତରେ କୃଷକ ନେତାମାନେ ପ୍ରତିବାଦକାରୀ କୃଷକମାନଙ୍କୁ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ କହିଛନ୍ତି। ରାଲିର ସମୟ ସଂକ୍ରାନ୍ତରେ ସେମାନେ ପୁଲିସ ସହ ଆଲୋଚନା କରିବେ ବୋଲି କହିଛନ୍ତି