୧୮ ବର୍ଷ ବୟସରେ ୨ଟି ପିଲାର ମା ତଥାପି ହେଲେ ଆଇପିଏସ୍

୧୮ ବର୍ଷ ବୟସରେ ୨ଟି ପିଲାର ମା ତଥାପି ହେଲେ ଆଇପିଏସ୍

୧୮ ବର୍ଷ ବୟସରେ ୨ଟି ପିଲାର ମା ତଥାପି ହେଲେ ଆଇପିଏସ୍
କିଛି ଲୋକ ଉଦାହରଣ ସାଜି ଜୀବନକୁ ଆଲୋକିତ କରିଥାନ୍ତି । ଆଇପିଏସ୍ ଅଧିକାରୀ ଏନ୍ ଅମ୍ବିକା ଏହାର ଉଦାହରଣ ଅଟନ୍ତି । ତାଙ୍କ କାହାଣୀ ଯୁବପୀଢିଙ୍କୁ ପ୍ରେରଣା ଦେବା ସହ ଆଗକୁ ବଢିବାକୁ ଉତ୍ସାହିତ କରିଛି । ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରି ଆଗକୁ ଲକ୍ଷ୍ୟ ସ୍ଥଳରେ ପହିଁଚିବା ପାଇଁ ନିଜର ମନୋବଳକୁ ସୁଦୃଢ଼ କରିବା ଦରକାର । ଏବେ ଆଇପିଏସ୍ ଅମ୍ବିକାଙ୍କୁ ମୁମ୍ବାଇର ଲୋକ ଲେଡି ସିଂଘମ ନାମରେ ଜାଣିଛନ୍ତି । କିନ୍ତୁ ୨୦୦୮ ପୂର୍ବରୁ ଏହା ସବୁ ଅସମ୍ଭବ ଥିଲା । ଜାଣି ଆଶ୍ଚର୍ଯ୍ୟ ହେବେଯେ, ୧୪ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା ଏବଂ ୧୮ ବର୍ଷ ବୟସରେ ସେ ୨ଟି ପିଲାର ମା’ ସାଜିଥିଲେ । ତାଙ୍କ ସ୍ୱାମୀ ପୁଲିସ୍ କନଷ୍ଟେବଳ ଥିଲେ । ସେ ତାଙ୍କ ସହିତ ଗଣତନ୍ତ୍ର ଦିବସରେ ପ୍ୟାରେଡ଼ ଦେଖିବାକୁ ଆସିଥିଲେ । ତାଙ୍କ ସ୍ୱାମୀ ଉପର ଅଧିକାରୀଙ୍କୁ ସାଲୁଟ୍ କରିବା ଦେଖି ସେ ତାଙ୍କୁ ପଚାରିଥିଲେ ସେ କିଏ ? ସେତେବେଳେ ତାଙ୍କ ସ୍ୱାମୀ ତାଙ୍କୁ ସବୁ କଥା କହିଥିଲେ । ଆଇପିଏସ୍ ହେବା ପାଇଁ ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ପଡେ ବୋଲି ତାଙ୍କ ସ୍ୱାମୀ କହିଥିଲେ । ଏବଂ ଅମ୍ବିକା ପରୀକ୍ଷା ଦେବା ପାଇଁ ସ୍ଥିର କରିଥିଲେ । ଅମ୍ବିକା ଦ୍ୱିତୀୟ ଥର ପାଠ ପଢ଼ିବା ଆରମ୍ଭ କଲେ । ଅମ୍ବିକା ସ୍କୁଲ ଛାଡ଼ି ଗୃହସ୍ଥି ସମ୍ଭାଳୁଥିଲେ । ହେଲେ ସେ ସ୍ଥିର କରିଥିଲେ କି ଆଇପିଏସ୍ ପରୀକ୍ଷା ଦେବା ସହ ପାସ୍ ବି କରିବେ । ସେ ଏକ ପ୍ରାଇଭେଟ କୋଚିଂ ସେଂଟରରେ ଦଶମ ପରୀକ୍ଷା ଏବଂ ପରେ ଡିସ୍ଟାଂସ ଗ୍ରାଜୁଏସନ୍ କରିଥିଲେ । ତାପରେ ସେ ଆଇପିଏସ ହେବାରେ ସଫଳତା ଲାଭ କରିଥିଲେ ।