ଭାରତରେ ୪ ଜଣରେ ଜଣେ ଖେଳୁଛନ୍ତି ପବଜି

ଭାରତରେ ୪ ଜଣରେ ଜଣେ ଖେଳୁଛନ୍ତି ପବଜି

ଭାରତରେ ୪ ଜଣରେ ଜଣେ ଖେଳୁଛନ୍ତି ପବଜି
୨୦୦୦ ମସିହାରେ ଜାପାନରେ ଏକ ଫିଲ୍ମ ଆସିଥିଲା ‘ବ୍ୟାଟେଲ ରୟାଲ’ । ଏହି ଫିଲ୍ମରେ ସରକାର ୧୦୦ ଛାତ୍ରଙ୍କୁ ଜୋର ଜବରଦସ୍ତ ଲଢ଼ିବାକୁ ପଠାଇ ଦେଇଥିଲେ । ଏହି ଫିଲ୍ମରୁ ପ୍ରଭାବିତ ହୋଇ ପବଜିକୁ ପ୍ରସ୍ତୁତ କରାଯାଇଛି । ଗେମରେ ଏକା ସାଙ୍ଗରେ ୧୦୦ ଲୋକ ଖେଳିପାରିବେ ଏବଂ ପରସ୍ପରକୁ ସେ ପର୍ୟ୍ୟନ୍ତ ମାରିଚାଲିବେ ଯେଉଁ ପର୍ୟ୍ୟନ୍ତ ଜଣେ ହେଲେ ବି ନ ବଞ୍ଚିବେ । ଏହି ଗେମକୁ ଦକ୍ଷିଣ କୋରିଆର କମ୍ପାନୀ ବ୍ଲୁହୋଲ ବନାଇଥିଲା । କିନ୍ତୁ କମ୍ପାନୀ କେବଳ ଡେସ୍କଟପ ଏବଂ କନସୋଲ ଭର୍ସନ ବନାଇଥିଲା । ୨୦୧୮ ମାର୍ଚ୍ଚରେ ଚୀନ କମ୍ପାନୀ ଟେନସେଣ୍ଟଏହାର ମୋବାଇଲ ଭର୍ସନ ଆଣିଲା । ପବଜି ବିଶ୍ୱର ସବୁଠାରୁ ଅଧିକ ଡାଉନଲୋଡ କରାଯାଉଥିବା ଗେମ ତାଲିକାରେ ଟପ-୫ ରେ ଅଛି । ସେନ୍ସର ଟାୱାର ରିପୋର୍ଟ ଅନୁସାରେ, ବିଶ୍ୱରେ ପବଜିକୁ ୭୩ କୋଟିରୁ ଊଦ୍ଧ୍ୱର୍ ଥର ଡାଉନଲୋଡ କରାଯାଇଛି । ଏଥି ମଧ୍ୟରୁ ୧୭.୫ କୋଟି ଥର ଅର୍ଥାତ ୨୪% ଭାରତୀୟ ଡାଉନଲୋଡ କରିଛନ୍ତି । ପବଜି ଖେଳୁଥିବା ପ୍ରତି ୪ ଜଣରେ ଜଣେ ହେଉଛନ୍ତି ଭାରତୀୟ । ଗେମିଂରେ ବିଶ୍ୱର ସବୁଠାରୁ ଅଧିକ ରାଜସ୍ୱ ହାସଲ କରୁଥିବା ଗେମ ହେଉଚି ପବଜି । ସେନ୍ସର ଟାୱାର ରିପୋର୍ଟ ଅନୁସାରେ ଏଯାବତ ଏହା ୩୦୦ କୋଟି ଡଲାର ଅର୍ଥା ୨୩ ହଜାର ୭୪୫ କୋଟି ଡଲାର ରାଜସ୍ୱ ଆୟ କରିସାରିଛି । ମୋଟ ରାଜସ୍ୱର ୫୦%ରୁ ଅଧିକ ଏହା ଚୀନରୁ ଆୟ କରିଥାଏ ।