ବିରୋଧୀ ଦଳ ନେତାଙ୍କ କଶ୍ମୀର ଗସ୍ତ

ବିରୋଧୀ ଦଳ ନେତାଙ୍କ କଶ୍ମୀର ଗସ୍ତ

 ବିରୋଧୀ ଦଳ ନେତାଙ୍କ କଶ୍ମୀର ଗସ୍ତ
ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶନିବାର ଜମ୍ମୁ କଶ୍ମୀର ଗସ୍ତରେ ଯିବାକୁ ଯୋଜନା କରିଛନ୍ତି । ରାହୁଲଙ୍କ ସହ ଅନ୍ୟ ୯ ଜଣ ବିରୋଧୀ ଦଳ ନେତା ମଧ୍ୟ ଜମ୍ମୁ କଶ୍ମୀର ଗସ୍ତ କରିବେ । କଂଗ୍ରେସ ନେତା ଗୁଲାମନବୀ ଆଜାଦ, ଆନନ୍ଦ ଶର୍ମା, ସିପିଆଇ ନେତା ଡି.ରାଜା, ସିପିଆଇଏମ ନେତା ସୀତାରାମ ୟେଚୁରି ଏବଂ ଆରଜେଡି ନେତା ମନୋଜ ଝା ଏହି ଗସ୍ତରେ ଯାଉଥିବା ଜଣାପଡ଼ିଛି । ତେବେ ରାହୁଲ ଓ ଅନ୍ୟ ବିରୋଧୀ ଦଳ ନେତାଙ୍କ କାଶ୍ମୀର ଗସ୍ତ କାର୍ଯ୍ୟକ୍ରମକୁ ପ୍ରଶାସନ ପକ୍ଷରୁ ବିରୋଧ କରାଯାଇଛି । ଏହା ଘାଟିର ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି କହୁଯାଇଛି । ଉଲ୍ଲେଖଯୋଗ୍ୟ ଯେ ବରିଷ୍ଠ କଂଗ୍ରେସ ନେତା ଏବଂ ରାଜ୍ୟସଭା ସଦସ୍ୟ ଗୁଲାମନବୀ ଆଜାଦ ପ୍ରଥମେ କଶ୍ମୀର ଗସ୍ତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କୁ ଜମ୍ମୁ ବିମାନ ବନ୍ଦରରେ ଅଟକ ରଖାଯାଇ ଦିଲ୍ଲୀ ଫେରାଇ ଦିଆଯାଇଥିଲା । ପୂର୍ବରୁ ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ରାହୁଲଙ୍କୁ କଶ୍ମୀର ଆମନ୍ତ୍ରଣ କରି କଶ୍ମୀର ସ୍ଥିତି ସମୀକ୍ଷା ପାଇଁ ଆହ୍ୱାନ କରିଥିଲେ । କିନ୍ତୁ ରାହୁଲ ଏହାର କଡ଼ା ଜବାବ ଦେଇ କହିଥିଲେ ଯେ ସେ କାଶ୍ମୀର ଯିବା ପାଇଁ ଚାହାନ୍ତି କିନ୍ତୁ ଏଥିପାଇଁ ତାଙ୍କୁ ସ୍ୱାଧୀନତା ଦରକାର । ଅନ୍ୟ ପକ୍ଷେ ଜମ୍ମୁ କଶ୍ମୀରରେ ଅଟକ ଥିବା ରାଜନେତାମାନଙ୍କୁ ମୁକ୍ତ କରିବା ଦିଗରେ ବିରୋଧୀ ଦଳ ନେତାମାନେ ଖୁବ୍ ଶୀଘ୍ର ଆନେ୍ଦାଳନ କରିପାରନ୍ତି ବୋଲି ଜଣାପଡ଼ିଛି ।