ମୋବାଇଲ ଗେମ୍ ଖୋଳାଳିଙ୍କ ପାଇଁ ଖୁସି ଖବର : ଭାରତରେ ସ୍ୱଦେଶୀ ଗେମିଙ୍ଗ ଆପ୍ ଫଉଜିର ଶୁଭାରମ୍ଭ

ମୋବାଇଲ ଗେମ୍ ଖୋଳାଳିଙ୍କ ପାଇଁ ଖୁସି ଖବର : ଭାରତରେ ସ୍ୱଦେଶୀ ଗେମିଙ୍ଗ ଆପ୍ ଫଉଜିର ଶୁଭାରମ୍ଭ

 ମୋବାଇଲ ଗେମ୍ ଖୋଳାଳିଙ୍କ ପାଇଁ ଖୁସି ଖବର : ଭାରତରେ ସ୍ୱଦେଶୀ ଗେମିଙ୍ଗ ଆପ୍ ଫଉଜିର ଶୁଭାରମ୍ଭ
ନୂଆଦିଲ୍ଲୀ: ମୋବାଇଲ ଗେମ୍ ଖୋଳାଳିଙ୍କ ପାଇଁ ଖୁସି ଖବର । ଭାରତରେ ସ୍ୱଦେଶୀ ଗେମିଙ୍ଗ ଆପ୍ ଫୌଜର ଶୁଭାରମ୍ଭ କରାଯାଇଛି । ପୂର୍ବରୁ ଦିଆଯାଇଥିବା ସୂଚନା ମୁତାବକ ୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଲଂଚ ହେଲା ଭାରତର ସ୍ୱାଦେଶୀ ଗେମିଙ୍ଗ ଆପ୍ ଫୌଜୀ । ଏନେଇ ଆଜି ଅକ୍ଷୟ କୁମାର ଟୁଇଟ୍ କରି ସୂଚନା ଦେଇଛନ୍ତି । ଦେଶରେ ଏହି ଗେମର ଘୋଷଣା ସେହି ସମୟରେ ଆସିଥିଲା ଯେତେବେଳେ ଗଲୱାନ ଘାଟିରେ ଭାରତ-ଚୀନ ମଧ୍ୟରେ ବିବାଦ ହୋଇଥିଲା । ଯାହାଫଳରେ ଚୀନ୍ର କିଛି ଆପ୍ସକୁ ବ୍ୟାନ୍ କରିଥିଲା ଭାରତ ସରକାର । ବ୍ୟାନ୍ ହୋଇଥିବା ଆପ୍ ଲିଷ୍ଟରେ ପବ୍ଜି ସାମିଲ୍ ଥିଲା । ଏହାପରେ ଦେଶରେ ଭାରତୀୟ ଗେମିଂ ଆପ୍ ଫୌଜୀ ଗେମ୍ର ଘୋଷଣା କରାଯାଇଥିଲା । ଏବେ ଏହି ଗେମ୍ ଭାରତରେ ଲଂଚ କରିସାରିଛି । ସୂଚନାଥାଉକି, ଜାନୁଆରୀ ୩ ତାରିଖରେ ଭାରତରେ ସ୍ୱଦେଶୀ ଗେମ୍ ଫୌଜୀର ଦମ୍ଦାର ଆନ୍ଥେମ ସୋଶିଆଲ ମିଡିଆରେ ସେୟାର କରିଥିଲେ ବଲିଉଡ଼ ଷ୍ଟାର ଅକ୍ଷୟ କୁମାର । ପବଜି ଭଳି ଏହା ମଧ୍ୟ ବେଶ ଲୋକପ୍ରି୍ରୟତା ସାଉଁଟି ପାରିବ ବୋଲି ଆଶା କରାଯାଉଛି ।