କହୁଛି, ଆର ମାସରେ ଆଉ ଏକ ବାତ୍ୟା ହେବ, ଅକ୍ଟୋବର ବାତ୍ୟା ସତ ହେଲା
ସତ ହେଉଛି ଓଡ଼ିଆ ପଞ୍ଜିକା ଗଣନା । ପାଣିପାଗ ବିଭାଗ ଯାହା ଏବେ ଆକଳନ କରିଛି , ତାହା ଗତ ଏପ୍ରିଲ ମାସ ମହାବିଷୁବ ସଂକ୍ରାନ୍ତି ଠାରୁ ପଞ୍ଜିକା ଚଳନ ହେବା ପୂର୍ବରୁ ଆକଳନ କରି ସାରିଛନ୍ତି ଜ୍ୟୋତିର୍ବିଦ । ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାରେ ମଧ୍ୟ ଅନୁରୂପ ପୂର୍ବାନୁମାନ ରହିଛି । ଖଡୀରତ୍ନ ପଞ୍ଜିକାର ୧୯୬ ନଂ ପୃଷ୍ଠାରେ ତୁଳା ମାସର ଆରମ୍ଭରେ ଗଣନା ମୁତାବକ ପାଣିପାଗର ପୂର୍ବାନୁମାନ ସ୍ପଷ୍ଟ ଭାବେ ଲେଖାଯାଇଛି । ଅକ୍ଟୋବର ମାସରେ ବାତ୍ୟା ନେଇ ପଞ୍ଜିକାରେ ପୂର୍ବରୁ ଉଲ୍ଲେଖ ରହିଛି। ଚଳିତ ବର୍ଷ ଅକ୍ଟୋବର ୧୭ ରୁ ୨୩ ଓ ୨୬ରୁ ୩୦ ତାରିଖ ମଧ୍ୟରେ ବାତ୍ୟା ହେବା ନେଇ ପଞ୍ଜିକାରେ ଗଣନା ହୋଇଥିଲା। ରାଜ୍ୟର ଉପକୂଳ ଜିଲା ତଥା ପୁରୀ, କଟକ, ଗୋପାଳପୁର, କୋଣାର୍କ, ଅସ୍ତରଙ୍ଗ, ଯାଜପୁର, ନୟାଗଡ଼, କାକଟପୁର, ନିଆଳି ପ୍ରଭୁତି ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ପୁନଶ୍ଚ ସାମୁଦ୍ରିକ ଝଡ ମହାବାତ୍ୟା ଭଳି ସାଂଘାତିକ ପରିସ୍ଥିତି ସୃଷ୍ଟି କରିବ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି। ସେହିପରି ଆସନ୍ତା ନଭେମ୍ବରରେ ଆଉ ଏକ ବଡ଼ ଧରଣର ବାତ୍ୟା ହେବା ନେଇ ପାଂଜିରେ ଉଲ୍ଲେଖ ରହିଛି । ନଭେମ୍ବର ୫ ରୁ ୯ ତାରିଖ ଏବଂ ୧୧ରୁ ୧୫ ତାରିଖ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ, ସାମୁଦ୍ରିକ ଝଡ, ଲଘୁଚାପ, ଜୁଆର ଓ ବନ୍ୟା ବିତ୍ପାତ ଦ୍ୱାରା ବହୁ ଧନଜୀବନ ପ୍ରଭାବିତ ହେବ ବୋଲି ପଞ୍ଜିକାରେ ଆକଳନ କରାଯାଇଛି। ପଞ୍ଜିକାରେ ପ୍ରତ୍ୟେକ ମାସ ଆରମ୍ଭରୁ ରାଜ୍ୟର ତଥା ରାଷ୍ଟ୍ରର ଫଳ କଣ ହେବ ଉଲ୍ଲେଖ କରାଯାଇଥାଏ। ଏଥି ସହିତ ରହିଥାଏ ପାଣିପାଗର ଅନୁମାନ ସମ୍ବନ୍ଧୀୟ ତଥ୍ୟ ।
ଅନ୍ୟପଟରେ ୧୯୯୯ ମହାବାତ୍ୟା,୨୦୦୪ ମସିହାରେ ସୁନାମି, ୨୦୧୩ ଫାଇଲିନ, ୨୦୧୪ର ମହା ସାମୁଦ୍ରିକ ଝଡ ହୁଡହୁଡ଼, ୨୦୧୮ରେ ମହାସାମୁଦ୍ରିକ ଝଡ ତିତିଲି ଓ ପେଥାଇ, ୨୦୧୯ ଫନି ବାତ୍ୟା ବିଷୟରେ ପଞ୍ଜିକାର ପୂର୍ବଗଣନା ସତ ହୋଇଛି । ହିନ୍ଦୁ ଧର୍ମ ତଥା ଓଡ଼ିଆ ପରମ୍ପରାରେ ପଞ୍ଜିକା ବା ପାଞ୍ଜିର ସ୍ଵତନ୍ତ୍ର ସ୍ଥାନ ରହିଛି । ପାଞ୍ଜି ଗଣନାକାରଙ୍କ ସାଧନା , ତତ୍ତ୍ଵ ଓ ଜ୍ୟୋତିଷ ଶାସ୍ତ୍ର ଉପରେ ଦକ୍ଷତା, ନିର୍ଭୁଲ ଗଣନାର ବାଟ ଫିଟାଇ ଥାଏ । ବିଜ୍ଞାନର ଅଗ୍ରଗତି ସହ ସଭ୍ୟତା ଯେତେ ଆଗକୁ ଗଲେ ମଧ୍ୟ ପଞ୍ଜୀକାର ନିର୍ଭୁଲ ଗଣନା ଏବେ ବି ଲୋକଙ୍କୁ ପଞ୍ଜିକାର ଗଣନା ବିଶ୍ଵାସରେ ବାନ୍ଧି ରଖିଛି ।
ତେବେ ପଞ୍ଜିକା ଆକଳନ ଗୋଟିଏ ପରେ ଗୋଟିଏ ସତ ହେବା ବେଳେ, ଆସନ୍ତା ନଭେମ୍ବରରେ ମଧ୍ୟ ଆଉ ଏକ ବଡ଼ ଧରଣର ବାତ୍ୟା ହେବା ନେଈ ପଞ୍ଜିକାରେ ଉଲ୍ଲେଖ ବା ଆକଳନ ରହିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି ।