କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରୁଛନ୍ତି ୨୩ ଅକ୍ଟୋବର ୨୦୨୪
ଆଜି ରାଜ୍ୟ ମନ୍ତ୍ରୀମଣ୍ଡଳର ୯ମ ବୈଠକ ଲୋକ ସେବା ଭବନ ସ୍ଥିତ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକରେ ଆଲୋଚନା ପୂର୍ବକ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୧ଟି, ବାଣିଜ୍ୟ ଓ ପରିବହନ ବିଭାଗର ୧ଟି, ଅର୍ଥ ବିଭାଗର ୧ଟି, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ୧ଟି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ୧ଟି ଓ ମହିଳା ଓ ଶିଶୁ ବିକାଶ ବିଭାଗର ୧ଟି, ଏହିପରି ମୋଟ ୬ଟି ପ୍ରସ୍ତାବ ପାରିତ ହୋଇଥିଲା । ଅନୁଷ୍ଠିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ସୂଚନା ଦେଇଥିଲେ ।
Today, the 9th meeting of the State Cabinet was held under the Chairmanship of Hon'ble Chief Minister, Odisha Shri Mohan Charan Majhi at the conference hall of Lok Seva Bhawan. In the meeting held, One proposal of Agriculture and Farmers Empowerment Department, one of Commerce and Transport Department, one of Finance Department, one of Food Supply and Consumer Welfare Department, one of General Administration and Public Grievances Department and one of Women and Child Development Department (Total 6nos.) were approved. Chief Secretary, Odisha Shri Manoj Ahuja briefed the media about the decisions taken in the cabinet meeting.