ହୀରାକୁଦ ଜଳଭଣ୍ଡାରର ଆଉ ୭ଟି ଗେଟ ଖୋଲିଲା

ହୀରାକୁଦ ଜଳଭଣ୍ଡାରର ଆଉ ୭ଟି ଗେଟ ଖୋଲିଲା

ହୀରାକୁଦ ଜଳଭଣ୍ଡାରର ଆଉ ୭ଟି ଗେଟ ଖୋଲିଲା
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଆଉ ୭ଟି ଗେଟକୁ ସୋମବାର ଖୋଲାଯାଇଛି । ଜଳଭଣ୍ଡାରରୁ ଏବେ ମୋଟ ୧୪ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି । ଏବେ ହୀରାକୁଦର ଜଳସ୍ତର ୬୩୦.୮୭ ଫୁଟ ରହିଛି । ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୧,୭୫,୩୭୧ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ପ୍ରତି ସେକେଣ୍ଡରେ ୨,୩୭, ୯୧୦ ଘନଫୁଟ ଜଳ ନିଷ୍କାସନ ହେଉଛି । ପ୍ରକାଶ ଯେ, ଉପର ମୁଣ୍ଡରେ ବର୍ଷା କମିବା ଫଳରେ ହୀରାକୁଦ ଜଳ ଭଣ୍ଡାରରେ ଜଳ ପତ୍ତନ ହ୍ରାସକୁ ନଜରରେ ରଖି ଡ୍ୟାମ୍‌ରେ ଖୋଲାଥିବା ୧୦ଟି ଗେଟ୍‌ ମଧ୍ୟରୁ ୫ଟି ଶନିବାର ବନ୍ଦ କରିଦିଆଯାଇଥିଲା । ଫଳରେ ୫ଟି ଗେଟ୍‌ ଦେଇ ଜଳ ନିସ୍କାସନ ହେଉଥିଲା । ଶୁକ୍ରବାର ହୀରାକୁଦର ୨୦ଟି ଗେଟ୍‌ ମଧ୍ୟରୁ ୧୦ଟିକୁ ପର୍ୟ୍ୟାୟକ୍ରମେ ବନ୍ଦ କରାଯାଇଥିଲା । ଏହା ପରେ ପୁଣି ଥରେ ଶନିବାର ଆଉ ପାଞ୍ଚଟି ଗେଟ୍‌କୁ ବନ୍ଦ କରିଦିଆଯାଇଥିଲା । ତେବେ ରବିବାର ଆଉ ଦୁଇଟି ଗେଟ ଖୋଲାଯାଇ ମୋଟ ୭ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଥିଲା ।