୧୨ଟି ଗେଟ୍‌ରେ ହୀରାକୁଦରୁ ନିଷ୍କାସିତ ହେଉଛି ବନ୍ୟାଜଳ

୧୨ଟି ଗେଟ୍‌ରେ ହୀରାକୁଦରୁ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: ତଳମୁଣ୍ଡର ବନ୍ୟା ସ୍ଥିତି ସୁଧୁରିବା ବେଳକୁ ଉପରମୁଣ୍ଡରେ ବନ୍ୟାର ଭୟ ଘାରିଲାଣି ହୀରାକୁଦକୁ ଶୁକ୍ରବାର ପାଖାପାଖି ଲକ୍ଷ କ୍ୟୁସେକ୍ ପର୍ୟ୍ୟନ୍ତ ପାଣି ପଶିଛି ଫଳରେ ମୋଟ୍ ୧୨ଟି ଗେଟ୍ ଖୋଲି ଜଳ ନିଷ୍କାସନ କରାଯାଉଛି ଅପରପକ୍ଷେ, ହୀରାକୁଦ ଜଳଭଣ୍ଡାରରେ ୧୨ ଫୁଟ୍ ସ୍ଥାନ ଖାଲି ସତ୍ତେ୍ୱ ଛତିଶଗଋରେ ଗତ ଦୁଇଦିନ ଧରି ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ସୀମା ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେଲାଣି ଓଡ଼ିଶା ସୀମାବର୍ତ୍ତୀ ଛତିଶଗଡ଼ର କିଛି ଗାଁକୁ ପାଣି ପ୍ରବେଶ କରିସାରିଛି ଆଉ ବରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାର ୪ଟି ଗାଁକୁ ଚାରିପଟରୁ ବନ୍ୟା ପାଣି ଘେରି ସାରିଲାଣି ।ଗୁରୁବାର ସୁଦ୍ଧା ମାତ୍ର ୨ଟି ଗେଟ୍ ଖୋଲାଥିବା ବେଳେ ଶୁକ୍ରବାର ମଧ୍ୟାହ୍ନରୁ ସନ୍ଧ୍ୟା ମଧ୍ୟରେ ୨ଟି ପର୍ୟ୍ୟାୟରେ ଆହୁରି ୧୦ଟି ଗେଟ୍ ଖୋଲାଯାଇଛି ବର୍ତ୍ତମାନ ମୋଟ୍ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି

ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳସ୍ତର ୬୧୭.୯୩ ଫୁଟ୍‌ ଥିବା ବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ଲକ୍ଷ ୭୮ ହଜାର ୮୧୫ କ୍ୟୁସେକ୍‌ ପାଣି ପ୍ରବେଶ କରୁଛି ଇନଫ୍ଲୋର ଟ୍ରେଣ୍ଡ ବି ଖସିବା ଆରମ୍ଭ କରିଥିଲେ ହେଁ ପୁଣି କେଉଁ ସମୟରେ ଏହା ବଢ଼ିବ ତାହା ଆକଳନ କରି ହେଉନାହିଁ ସେପଟେ, ୧୨ଟି ଗେଟ୍‌ ଦେଇ ଲକ୍ଷ ୮୫ ହଜାର ୭୩୫ କ୍ୟୁସେକ୍‌ ପାଣି ମହାନଦୀକୁ ଛଡ଼ାଯାଉଛି ଆଉ ବିଭିନ୍ନ କେନାଲ, ପାୱାର୍‌ କେନାଲ ଏବଂ ଶିଳ୍ପ ଜଳଯୋଗାଣ ମିଶି ମୋଟ୍‌ ଲକ୍ଷ ୧୮ ହଜାର ୭୩୫ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଛି

ଆଉ ଏହି ପାଣି ମହାନଦୀ ତଳମୁଣ୍ଡରେ ବେଲଗାଁ ଦେଇ ୩୨ ହଜାର ୮ଶହ କ୍ୟୁସେକ୍‌, ପଥର୍ଲା ଦେଇ ଲକ୍ଷ ୪୨ ହଜାର ୩୪୨ କ୍ୟୁସେକ୍‌, ଖଇରମାଲ ଦେଇ ଲକ୍ଷ ୫୯ ହଜାର ଶହ କ୍ୟୁସେକ୍‌, ବାରମୂଳ ଦେଇ ଲକ୍ଷ ୮୮ ହଜାର ୭୫୦ କ୍ୟୁସେକ୍‌ ଏବଂ ମୁଣ୍ଡଳି ଦେଇ ଲକ୍ଷ ୭୩ ହଜାର ୪୭୫ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଛି