ବଢ଼ିବ ଟିଭି ଦର

ନୂଆଦିଲ୍ଲୀ : ବଢ଼ିବ ଟିଭିର ମୂଲ୍ୟ। ଟିଭି ନିର୍ମାଣରେ ବ୍ୟବହୃତ ହେଉଥିବା ଉପାଦାନ ଗୁଡିକର ଦର ବୃଦ୍ଧି ହେତୁ ଟିଭିର ଦର ବଢିପାରେ । ଏଥିରେ ବ୍ୟବହୃତ ଓପନ ସେଲ୍ ମହଙ୍ଗା ହେବାରେ ଲାଗିଛି । ଯାହାର ପ୍ରଭାବରେ ଦେଶରେ ବିକ୍ରି ହେଉଥିବା ଟିଭି ଦାମ୍ରେ ୧୦ ପ୍ରତିଶତ ପର୍ୟ୍ୟନ୍ତ ବୃଦ୍ଧି ହେଇପାରେ ବର୍ଷ ଆରମ୍ବରୁ ଓପନ୍ସେଲର ଦାମ ବଢୁଥିବାରୁ ଟିଭି ନିର୍ମାତା ମାନେ ଚିନ୍ତିତ ହୋଇ ପଡିଛନ୍ତି । ଦିନକୁ ଦିନ ଏହାର ଦାମ ବଢୁଥିବାରୁ ଖର୍ଚ୍ଚ ପରିବହନରେ ବାଧା ହେଉଛି । ଏଥିପାଇଁ ନିର୍ମାତା ଗ୍ରାହକଙ୍କ ଉପରେ ଦରବୃଦ୍ଧି କରିବା ପାଇଁ ଚିନ୍ତା କରିଛନ୍ତି ।