ଟିକାର ସବୁ ଡୋଜ ନେଇଥିବା ଲୋକଙ୍କୁ ବି ଆକ୍ରାନ୍ତ କରିବ କରୋନାର ନୂଆ ଭାରିଆଣ୍ଟ ବିଏଫ.୭

ଟିକାର ସବୁ ଡୋଜ ନେଇଥିବା ଲୋକଙ୍କୁ ବି ଆକ୍ରାନ୍ତ କରିବ କରୋନାର ନୂଆ ଭାରିଆଣ୍ଟ ବିଏଫ.୭

ଟିକାର ସବୁ ଡୋଜ ନେଇଥିବା ଲୋକଙ୍କୁ ବି ଆକ୍ରାନ୍ତ କରିବ କରୋନାର ନୂଆ ଭାରିଆଣ୍ଟ ବିଏଫ.୭

ନୂଆଦିଲ୍ଲୀ : କରୋନା ଭୂତାଣୁର ସ୍ପାଇକ୍‌ ପ୍ରୋଟିନରେ ଏକ ସ୍ୱତନ୍ତ୍ର ମ୍ୟୁଟେଶନ ଦ୍ୱାରା ଓମିକ୍ରନର ସଂକ୍ରାମକ ଭାରିଆଣ୍ଟ ବିଏଫ୍‌.୭ ସୃଷ୍ଟି ହୋଇଛି । ଏହି ମ୍ୟୁଟେଶନ ହେଉଛି ଆର୍‌ ୩୪୬ଟି । ବିଏଫ.୭ର ପୂରା ନାମ ବିଏ.୫.୫.୨.୧.୭ । ବିଶେଷଜ୍ଞଙ୍କ ମତରେ ଏହି ମ୍ୟୁଟେଶନ ଯୋଗୁଁ ବିଏଫ.୭ ଉପରେ ଆଣ୍ଟିବଡିର ପ୍ରଭାବ ପଡୁନାହିଁ । ଅର୍ଥାତ ଟିକାର ସମସ୍ତ ଡୋଜ୍‌ ନେଇଥିବା ବ୍ୟକ୍ତି ମଧ୍ୟ ଏଥିରେ ସଂକ୍ରମିତ ହୋଇପାରିବେ ।  ଆଦ୍ୟାବଧି କରୋନାର ସମସ୍ତ ଭାରିଆଣ୍ଟ ମଧ୍ୟରୁ ବିଏଫ.୭ ସବୁଠାରୁ ଅଧିକ ସଂକ୍ରାମକ ବୋଲି କୁହାଯାଉଛି ।

ଏହାର ରିପ୍ରଡକ୍ସନ ଭାଲ୍ୟୁ ଅଧିକ ଥିବାରୁ ବିଏଫ.୭ରେ ଆକ୍ରାନ୍ତ ବ୍ୟକ୍ତି କମ୍‌ ସମୟରେ ଅନ୍ୟମାନଙ୍କୁ ସଂକ୍ରମିତ କରିପାରିବେ । ବିଏଫ.୭ର ଆରଓ ମୂଲ୍ୟ ୧୦ରୁ ୧୮.୬ । ଅର୍ଥାତ ଜଣେ ବ୍ୟକ୍ତି ହାରାହାରି ୧୦ରୁ ୧୮ ଜଣଙ୍କୁ ସଂକ୍ରମିତ କରିପାରିବେ । ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା କିମ୍ବା ଅନ୍ୟ ଜଟିଳ ରୋଗରେ ପୀଡିତ ବ୍ୟକ୍ତି ଶୀଘ୍ର ଏଥିରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ଅକ୍ଟୋବର ସୁଦ୍ଧା ଆମେରିକାରେ ମୋଟ କରୋନା ମାମଲାର ୫୫ରୁ ଅଧିକ ହେଉଛି ବିଏଫ.୭ । 

ସେହିପରି ବ୍ରିଟେନରେ ମୋଟ ସଂକ୍ରମିତଙ୍କ ସଂକ୍ରମିତଙ୍କ ମଧ୍ୟରୁ ୭.୨୬%ଙ୍କ ଠାରେ ଏହି ସବଭାରିଆଣ୍ଟଚିହ୍ନଟ ହୋଇଛି । ଚୀନରେ ଏହି ଭାରିଆଣ୍ଟ ଯୋଗୁ ସଂକ୍ରମଣ ତୀବ୍ରଗତିରେ ମାଡିଚାଲିଛି ମହାମାରୀ । ବିଶେଷଜ୍ଞଙ୍କ ମତରେ, ଚୀନରେ ଆଗାମୀ ୩ମାସରେ ୮୦ କୋଟିରୁ ଅଧିକ ଲୋକ ଆକ୍ରାନ୍ତ ହେବେ ଏବଂ ୨୦୨୩ରେ ୧୦ଲକ୍ଷରୁ ଉଦ୍ଧ୍ୱର୍ ଲୋକଙ୍କ ମୃତ୍ୟୁ ଘଟିବ ।