ସକ୍ରିୟ ହୋଇଛନ୍ତି ବାଲି ମାଫିଆ

ପୁରୀରେ ଏବେ ସକ୍ରିୟ ହୋଇଛନ୍ତି ବାଲି ମାଫିଆ ଦିନ ଦ୍ବିପହର ହେଉ ଅବା ରାତିର ଅନ୍ଧାରରେ, ବେଧଡକ ଚାଲିଛି ବାଲି ଚୋରା ଚାଲଣ ପ୍ରଥମେ ପୋତାବାଲି ଚୋରା ଚାଲାଣ ଏବେ ନଦୀପଠାର 7 ଫୁଟ ବାଲିକୁ ଟାର୍ଗେଟ୍ କରିଛନ୍ତି ମାଫିଆ

ସକ୍ରିୟ ହୋଇଛନ୍ତି ବାଲି ମାଫିଆ

ପୁରୀ-କୋଣାର୍କ ବେଳାମାର୍ଗ ପାର୍ଶ୍ଵ କୁଶଭଦ୍ରା ନଦୀ  ତଟ ହେଉ କିମ୍ବା ଜିଲ୍ଲାର ଦୟା, ଭାର୍ଗବୀ ନଦୀ ପଠା ହେଉ କି ସହରର ବାଲୁଖଣ୍ଡ, ସିପଶରୁବାଲି ମୌଜା ହେଉ । ଏହି ସବୁ ଅଞ୍ଚଳରେ ପଡିଛି ବାଲି ମାଫିଆଙ୍କ ଲୋଲୁପ ଦୃଷ୍ଟି । ହଜାର ହଜାର ଟ୍ରିପ୍ ବାଲି ତାଡ଼ି ନେଇ ଏବେ ବେଳାଭୂମିର ଓ ନଦୀପଠାର 7 ଫୁଟ ତଳର ବାଲିକୁ ସରୁ  ବାଲିକହି ଅର୍ଥାତ୍ ନିର୍ମାଣ କାର୍ଯ୍ୟରେ ଲାଗୁଥିବା ସରୁ ବାଲି ବୋଲି କହି ଅଧିକ ଦାମରେ ବିକ୍ରି କରୁଛନ୍ତି ମାଫିଆ । ଏହି ବାଲିରେ ଥୋରିୟମ  ଏବଂ ସିଲିକା ବହୁ ପରିମାଣ ରହିଥିବା ଭୁତତ୍ୱବିତ ମାନେ  ପରୀକ୍ଷା କରି ମତ ପ୍ରକାଶ କରିଛନ୍ତି । ହେଲେ ଏହି ବାଲିରୁ ନଜର ହଟୁନି ବାଲି ମାଫିଆଙ୍କର । ସେପଟେ ଶହଶହ ବାଲିବନ୍ତ  ଏବଂ ନଦୀ ପଠା, ବାଲୁଖଣ୍ଡ ବେଳାଭୂମି ହୋଇ ସାରିଲାଣି ନଷ୍ଟ । ସୃଷ୍ଟି ହେଲାଣି ଏକାଧିକ ସ୍ଥାନରେ ବଡ ବଡ଼ ଗର୍ତ୍ତ । ନଦୀପଠା ବାଲୁଖଣ୍ଡ ପ୍ରତି  ବିପଦ  ରହିଥିବା ବେଳେ, ଚୋରା ଚାଲଣରେ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା ରହିଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ।  ଅନ୍ୟପଟେ ବେଆଇନ୍ ଚୋରାଚାଲଣ ଯୋଗୁଁ ପ୍ରଶାସନ ରାଜସ୍ବ ହରାଉଥିବା ବେଳେ ଏନେଇ ସ୍ୱତନ୍ତ୍ର ଟାକ୍ସଫୋର୍ସ ଗଠନ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ଆଇନଜୀବୀ । ତେବେ ବେଆଇନ୍ ବାଲି ଚୋରା ଚାଲଣକୁ ରୋକିବା ପାଇଁ ବନବିଭାଗ ତ୍ୱରିତ୍ ପଦକ୍ଷେପ ନେଉଛି ଓ ଅତ୍ୟଧିକ MAN POWER ଲଗାଯିବ କହିଛନ୍ତି ଜିଲ୍ଲାପାଳ । ଅନ୍ୟପଟେ ଜିଲ୍ଲାର ବିଭିନ୍ନ ନଦୀପଠାରୁ ବାଲି ଚୋରାଚାଲାଣ ହେଉଥିବା ଖୋଦ୍ ଜିଲ୍ଲା ଖଣି ଅଧିକାରୀ ସ୍ୱୀକାର କରିଥିବା ବେଳେ ଏନେଇ ତିନିଜଣିଆ କମିଟି ଗଠନ ହୋଇଛି ବୋଲି କହିଛନ୍ତି ।