ସମର୍ଥ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିର୍ଯାତନା ମାମଲା

ସମର୍ଥ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିର୍ଯାତନା ମାମଲା

ସମ୍ବଲପୁର ସମର୍ଥ ମାନିସିକ ଥଇଥାନ କେନ୍ଦ୍ରରେ ନିର୍ଯାତନା ମାମଲା । ହାଜତରୁ 2 ଦିନିଆ ରିମାଣ୍ଡରେ ଗଲେ । ଅନୁଷ୍ଠାନର ସମ୍ପାଦକ ହରିଶଚନ୍ଦ୍ର ଦାସ l ପ୍ରଥମେ ହରିଶଙ୍କ ମେଡିକ‍ାଲ ଯାଞ୍ଚ କରାଯିବ l ଯେହେତୁ ଅଭିଯୁକ୍ତ ନାଁରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି l ଏହାସହ ରିମାଣ୍ଡ ସମୟରେ ଅଭିଯୁକ୍ତ ଙ୍କୁ ଜଣଙ୍କ ସମର୍ଥ ଥଇଥାନ କେନ୍ଦ୍ରରେ ଅନ୍ତେବାସୀଙ୍କ ମୃତ୍ୟୁ ସମ୍ପର୍କରେ ମଧ୍ୟ ପଚରା ଉଚରା କରିବେ l ତେବେ ଏହି ଘଟଣା କେବଳ ଏହି ମାନେ ସମ୍ପୁକ୍ତ ଥିଲେ ନା ଆଉ କିଏ ସମ୍ପୃକ୍ତ ରହିଛନ୍ତି ତାର ମଧ୍ୟ ତଦନ୍ତ କରାଯାଉଛି l 2 ଦିନ ରିମାଣ୍ତ ମଧ୍ୟରେ ଏହି ଘଟଣାର ବିଭିନ୍ନ ଦିଗରେ ପଚରାଉଚରା ପାଇଁ ଜେରା କରାଯିବ l ଯେଉଁ ଯେଉଁ ତଥ୍ୟ ସାମ୍ମାକୁ ଆସିବ ସେଦିଗରେ ତଦନ୍ତ ହେବ ବୋଲି ଅତିରିକ୍ତ ଏସପି ଅଜୟ ମିଶ୍ର ସୂଚନା ଦେଇଛନ୍ତି l ସେପଟେ ସମର୍ଥ ଅନୁଷ୍ଟାନ ରୁ ସମସ୍ତ ଅନ୍ତେବାସୀ କୁ ସ୍ଥାନାନ୍ତର ପରେ ସିଲ କରାଯାଇଛି  ।