ହାଇପ୍ରୋଫାଇଲ୍ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି
ସବୁଆଡ଼େ ପୋଲିସ ପହରା ତା ସତ୍ୱେ ବି ଚୋରି ହୋଇଛି – ଥମ୍ବେନେଳ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲା ଚୋର ମନ୍ତ୍ରୀଙ୍କ ଘରେ ପଶିଲା ଆଉ ଚୋରି କଲା ଚାରିଆଡ଼େ ହାଇସିକ୍ୟୁରିଟି ହେଲେ ଚୋରି ହେଲା କେମିତି?

ସାଧାରଣତନ୍ତ୍ର ଦିବସ ପାଇଁ ରାତି ତମାମ୍ ଭୁପନେଶ୍ôର ସାରା ପଇଁତରା ମାରୁଥିଲା ପୋଲିସ। ଏହା ପରେ ବି ନିର୍ଭୟରେ କେମିତି ଚୋର ରଚିପାରିଲା ଏତେବଡ଼ ମିଶନ୍ ? ଆଉ ଚୋରି କଲା ହାଇପ୍ରୋଫାଇଲ୍ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ। ନୟାପଲ୍ଲୀ ଆଇଆରସି ଭିଲେଜ୍ ଭଳି ହାଇସିକ୍ୟୁରିଟି ଜୋନରେ ଥିବା ତାଙ୍କ ଘରୁ ହୋଇଛି ଚୋରୀ, ଚୋର ୫୦ ଲକ୍ଷ ଟଙ୍କାର ସୁନାଗହଣା ନେଇଯାଇଛି। ତା’ ସହିତ ନଗଦ ଅଢ଼େଇ ଲକ୍ଷ ଟଙ୍କା ମଧ୍ୟ ନେଇଯାଇଥିବା ଅଭିଯୋଗ ହୋଇଛି। ନିରଞ୍ଜନ ତାଙ୍କ ପରିବାର ସହିତ ଏହି ଘରେ ରୁହନ୍ତି। ସେ କହିଛନ୍ତି ଶନିବାର ରାତିରେ ତାଙ୍କ ପୁଅ ନିବ୍ୟଜ୍ୟୋତି ପଟ୍ଟନାୟକ ଓ ବୋହୂ ଘରେ ନଥିଲେ। ସେମାନେ ସାତପଡ଼ା ଯାଇଥିଲେ। ସେ ଘରର ତଳ ମହଲାରେ ତାଙ୍କ ରୁମ୍ରେ ଶୋଇଥିଲେ। ଘର ବାହାରେ ବି ସୁରକ୍ଷାକର୍ମୀ ଜଗିଥିଲେ। ରାତି ପ୍ରାୟ ୨ଟା ୪୦ ମିନିଟ୍ରେ ତାଙ୍କ ଘରେ ପଶିଥିଲା ଚୋର। ଆଉ ଚୋର ତା’ ମୁହଁକୁ କଳା କପଡ଼ାରେ ଘୋଡ଼ାଇ ଦେଇଥିଲା। ହାତରେ ଗ୍ଲୋବ୍ସ ପିନ୍ଧ ଟର୍ଚ୍ଚ ଧରିଥିଲା। ତାପରେ ଘର ଭିତରେ ପଶି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ଦିବ୍ୟଜ୍ୟୋତିଙ୍କ ବେଡ୍ରୁମ୍ରେ ପଶିଥିଲା। ଆଉ ସେଠାରେ ପହଞ୍ଚି ଆଲମାରୀଗୁଡ଼ିକୁ ଖୋଲି ଦେଖିଥିଲା ଓ ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ଖୋଜାଖୋଜି ମଧ୍ୟ କିଥିଲା। ପ୍ରାୟ ଘଣ୍ଟାଏ ଧରି ସେ ଘର ଭିତରେ ରହିଥିଲା ବୋଲି ଜଣାପଡ଼ି ଥିଲା। ସେଠାରୁ ସୁନାଗହଣା ଓ ନଗଦ ଟଙ୍କା ନେଇ ରାତି ପ୍ରାୟ ୩ଟା ବେଳକୁ ସେ ସେଠାରୁ ଫେରାର ହୋଇଯାଇଥିଲା। ଘରର ପଛପଟ ବାଟ ଦେଇ ସେ ଭିତରକୁ ପଶିଥିଲା ଓ ସେହି ବାଟ ଦେଇ ଫେରାର ହୋଇଯାଇଥିଲା ବୋଲି ଜଣାପଡ଼ିଛି।
ଘରର ଚାରିଆଡ଼େ ସିସିଟିଭି ଓ ସିକ୍ୟୁରିଟି ଗାର୍ଡ ଏହାପରେ ଜଣେ ଭିଭିଆଇପିଙ୍କ ଘରେ ପଶିବାକୁ ଚୋର ଏତେବଡ଼ ସାହସ କେମିତି କଲା ? ଏଭଳି ନାନା ପ୍ରଶ୍ନ ସାଧାରଣରେ ଉଠିଥିବା ବେଳେ ଉଭୟ ଭୁବନେଶ୍ୱର ଓ କଟକ ଡିସିପି ତାଙ୍କ ଘରେ ପହଞ୍ଚି ଖୋଳତାଡ଼ କରିଛନ୍ତି। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫୋନ କରି ନିରଞ୍ଜନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ।