ପୁରୀରେ ସିରିଜ ଦୁର୍ଘଟଣା, 15ରୁ ଅଧିକ ଆହାତ

ପୁରୀରେ ସିରିଜ ଦୁର୍ଘଟଣା, 15ରୁ ଅଧିକ ଆହାତ

ପୁରୀଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ସମଯାଜପୁର ଓଭରବ୍ରିଜ ଉପରେ ରବିବାର ବିଳମ୍ବିତ ରାତିରେ ସିରିଜ ଦୁର୍ଘଟଣା ଘଟିଛି | ହାଇୱା ଗାଡି ପଛରେ ମୋ ବସ ଓ ପରେ ଏକ ଉଇଙ୍ଗର ଗାଡି ଧକ୍କା ଦେବା ଫଳରେ 15 ରୁ ଅଧିକ ଆହତ ହୋଇଛନ୍ତି | ସେମାନଙ୍କୁ ପ୍ରଥମେ ସତ୍ୟବାଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା | ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ଭୁବେନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି |  ଜାତୀୟ ରାଜପଥର ଘନ ଅନ୍ଧାରରେ ଥିବା ରାସ୍ତାରେ ପ୍ରଥମେ ଏକ ଟ୍ରକକୁ ମୋ ବସ ଓ ପରେ ଉଇଙ୍ଗର ଧକ୍କା ଦେଇଥିବା ଜଣାପଡିଛି | ତେବେ ଦୁର୍ଘଟଣା ଯୋଗୁ ଦୀର୍ଘ ସମୟ ଧରି ପୁରୀ ଭୁବେନେଶ୍ୱର ରାସ୍ତା ଯାମ ରହିଥିଲା | ସତ୍ୟବାଦୀ ଥାନା ପୋଲିସ ଦୁର୍ଘଟଣା ଗ୍ରସ୍ତ ଗାଡିଗୁଡିକୁ ଜବତ କରି ତଦନ୍ତ ଚଳାଇଛି |