ବିଜୁଳି ଚୋରି ଧରାଇଲେ ପୁରସ୍କାର

ବିଜୁଳି ଚୋରି ଧରାଇଲେ ପୁରସ୍କାର

ବିଜୁଳି ଚୋରି ଧରାଇଲେ ପୁରସ୍କାର
ଭୁବନେଶ୍ୱର: ଆପଣଙ୍କ ଘର ପାଖରେ କେହି ବିଜୁଳି ଚୋରି କରୁଛନ୍ତି କି? କେହି ହୁକ ପକାଇ ବିଜୁଳି ବ୍ୟବହାର କରୁଛନ୍ତି । ଯଦି ହଁ, ତେବେ ଏ ସମ୍ପର୍କରେ ବିଦୁ୍ୟତ ବିଭାଗ ବା ସେସୁକୁ ସୂଚନା ଦିଅନ୍ତୁ । ଆପଣମାନେ ଭାବୁଥିବେ ଆମେ ସୂଚନା ଦେଲେ ଲାଭ କ’ଣ ହେବ । ତେବେ ଲାଭ ନିଶ୍ଚିତ ହେବ । ବିଜୁଳି ଚୋରି ସମ୍ପର୍କରେ ସୂଚନା ଦେଲେ ସୂଚନାଦାତାଙ୍କୁ ମିଳିବ ଆର୍ଥିକ ପୁରସ୍କାର । ଏନେଇ ସୂଚନା ଦେଇଛନ୍ତି ସେସୁ ସିଇଓ ତଥା ପୁଲିସ ଆଇଜି ଅରୁଣ ବୋଥ୍ରା । ତାଙ୍କ ସୂଚନା ଅନୁଯାୟୀ, ବିଦୁ୍ୟତ ଚୋରି ସମ୍ପର୍କରେ ଖବର ଦେଲେ ସୂଚନାଦାତାଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ । ଯେଉଁମାନେ ବିଜୁଳି ଚୋରି କରୁଛନ୍ତି ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବ । ଆଉ ଆଦାୟ ଜୋରିମାନାର ୧୦% ସୂଚନାଦାତାଙ୍କୁ ଦିଆଯିବ । ତେବେ ସୂଚନାଦାତାଙ୍କ ପରିଚୟ ଗୋପନ ରଖାଯିବ । ଆସନ୍ତା ୨/୩ ମାସରେ ସେସୁ ଅଞ୍ଚଳରେ କଡ଼ାକଡ଼ି ଯାଞ୍ଚ କରାଯିବ ବୋଲି ସେସୁ ସିଇଓ ତଥା ପୁଲିସ ଆଇଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି ।