ଆଜିଠାରୁ ଅନଲାଇନ୍ରେ ମିଳିବ ମଦ, ଜାଣନ୍ତୁ କିପରି କରିବେ ଅର୍ଡର...
ଆଜିଠାରୁ ଅନଲାଇନ୍ରେ ମିଳିବ ମଦ, ଜାଣନ୍ତୁ କିପରି କରିବେ ଅର୍ଡର...
admin
May 24, 2020 - 06:19
Updated: May 24, 2020 - 06:19
ଓଡ଼ିଶାରେ ମଦର ହୋମ ଡେଲିଭରି ପାଇଁ ଜୋମାଟୋ ଓ ସ୍ୱିଗିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଜୋମାଟୋକୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ପୁରୀ ପାଇଁ ଅନୁମତି ମିଳିଥିବା ବେଳେ ସ୍ୱିଗିକୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ପାଇଁ ଅନୁମତି ମିଳିଛି। ଗତକାଲି ରାଜ୍ୟ ସରକାରଙ୍କ ତରଫରୁ ସ୍ବିଗି ଓ ଜମାଟୋକୁ ଅନଲାଇନ୍ ମଦ ଡେଲିଭରୀ ପାଇଁ ଅନୁମତି ପ୍ରଦାନକରାଯାଇଛି । ମଦ ଉପରେ ଅତିରିକ୍ତ କୋଭିଡ୍-୧୯ ଟ୍ୟାକ୍ସ ଲଗାଇଛନ୍ତି। ମଦ ମୂଲ୍ୟ ଅନୁସାରେ ୫୦ ପ୍ରତିଶତ କୋଭିଡ୍ ଟ୍ୟାକ୍ସ ଦେବାକୁ ପଡ଼ିବ। ଅନ୍ ଓ ଅଫ୍ ଲାଇସେନ୍ସପ୍ରାପ୍ତ ଦୋକାନ ଅର୍ଡର ପାଇ ଡିସପ୍ଲେ ରଖିବେ । ଡିସ୍ପ୍ଲେରେ ଫୋନ୍ ନମ୍ବର, ହ୍ବାଟସ୍ଆପ୍ ନମ୍ବର ଏବଂ ଇମେଲ୍ଆଇଡି ରହିବ । ଦୋକାନ ବାହାରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ରହିବ । ଓଏସ୍ବିସି ଓ୍ବେବସାଇଟ୍ – osbc.co.inରେ ଜିଲ୍ଲାଓ୍ବାରୀ ତଥ୍ୟ ରହିବ । ଏହି ଓ୍ବେବସାଇଟ୍ରେ ସମସ୍ତ ପ୍ରକାର ପ୍ରଡକ୍ଟର ମୂଲ୍ୟ ମଧ୍ୟ ରହିବ ।
ସେହିପରି ୧ ହଜାର ଟଙ୍କା ପର୍ଯ୍ୟନ୍ତ ମଦ ଅର୍ଡର କଲେ ଡେଲିଭରି ଚାର୍ଜ ୧୦୦ଟଙ୍କା ଦେବାକୁ ପଡିବ । ତା’ପରେ ପ୍ରତି ୫୦୦ ଶହ ଟଙ୍କାର ଅତିରିକ୍ତ ଅର୍ଡର ପାଇଁ ୨୫ ଟଙ୍କା ଦେବାକୁ ପଡଇବ । ସକାଳୁ ୭ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ହେବ ହୋମ୍ ଡେଲିଭରୀ । ଅର୍ଡର କରିବାର ୬ଘଣ୍ଟା ମଧ୍ୟରେ ହୋମ୍ ଡେଲିଭରି ଦିଆଯିବ ମଦ ।
ମଦର ଅନ୍ଲାଇନ୍ ଅଡର୍ କରିବା ପୂର୍ବରୁ ପ୍ରଥମେ ସରକାରଙ୍କ ଦ୍ୱାରା ବୈଧ ପରିଚୟ ପତ୍ର ଅପ୍ଲୋଡ କରିବାକୁ ପଡ଼ିବ। ଫଳରେ ଗ୍ରାହକଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ। ଯେଉଁ ଗ୍ରାହକ ଆବଶ୍ୟକୀୟ ଡାଟା ନଦେବେ ତାଙ୍କୁ ମଦର ହୋମ୍ ଡେଲିଭରି କରାଯିବନି ବୋଲି ସୂଚନା ରହିଛି ।