ଅନୁଭବ କହିଲେ ନୋ... ନେଭର

ଅନୁଭବ କହିଲେ ନୋ... ନେଭର

ଅନୁଭବ କହିଲେ ନୋ... ନେଭର

କଟକ: ସୁପରଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ । ଦିନକ ତଳେ ସେ ଟ୍ୱିଟରରେ ଭିଡିଓ ପୋଷ୍ଟ କରି ନିଜ ବ୍ୟକ୍ତିତଗ ଜୀବନକୁ ନେଇ ଥିବା କ୍ଷୋଭ ଜାହିର କରିଥିଲେ । ଭଲ ପାଇ ଭୁଲ୍ କରିଥିବା କଥାକୁ ବାରମ୍ବାର ଦୋହରାଇଥିଲେ । ବର୍ତ୍ତମାନ ଥାନା, କୋର୍ଟ ଚକ୍କର କାଟିବା ତାଙ୍କ ଓ ତାଙ୍କ ପରିବାର ପକ୍ଷେ କେତେ ଯନ୍ତ୍ରଣାଦାୟକ ବୋଲି କହିଥିଲେ । ଭାବବିହ୍ୱୋଳ ଭରା କଣ୍ଠରେ ନିଜ ଦୁଃଖ ବଖାଣିଥିଲେ ଓଡ଼ିଶାବାସୀଙ୍କ ସହ । ଏହା ଉପରେ ଅନୁଭବଙ୍କ ଅନେକ ପ୍ରଶଂସକ ତାଙ୍କ ଟ୍ୱିଟରେ ପ୍ରତିକ୍ରିୟା ରଖିଥିଲେ । କେହି କେହି କହିଥିଲେ, ଅନୁଭବ ଓ ବର୍ଷା ପୁଣି ଏକାଠି ହେବା ଦରକାର । ଏକାଠି ହେବା ପାଇଁ ବହୁ ଲୋକେ ତାଙ୍କୁ ପରାମର୍ଶ ଦେଇଥିଲେ । ପ୍ରଶଂସକ ଓ ଶୁଭେଚ୍ଛୁଙ୍କ ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଅନୁଭବ । ଟ୍ୱିଟ କରି ଲେଖିଛନ୍ତି, ନୋ... ନେଭର । ଏହାର ଜବାବରେ ଅନୁଭବ ଜଣାଇଛନ୍ତି ଯେ ଅନେକ ଲୋକେ ପରାମର୍ଶ ଦେଇଛନ୍ତି ଯେ ତାଙ୍କ ସହ (ବର୍ଷାଙ୍କ ନାଁ ଉଲ୍ଲେଖ କରିନାହାନ୍ତି) ପୁଣି ସମ୍ପର୍କ ଯୋଡ଼ି ଏକାଠି ହେବାକୁ । ମାତ୍ର ଏହା କେବେ ସମ୍ଭବପର ନୁହେଁ । ସେ କେବେ ବି ଆଉ ଏକାଠି ହେବେନି । ଏ ଜନ୍ମରେ ନୁହେଁ କିମ୍ବା ଆଗାମୀ କୌଣସି ଜନ୍ମରେ ତାଙ୍କ ସହ ଏକାଠି ହେବେନି । 

  ଅନୁଭବଙ୍କ ଏକଥାରୁ ସ୍ପଷ୍ଟ ହୋଇଛି, ସେ କେବେ ବି ଆଉ ବର୍ଷାଙ୍କ ସହ ଏକାଠି ହେବାକୁ ଚାହୁଁନାହାନ୍ତି । ଅର୍ଥାତ ବର୍ଷା-ଅନୁଭବ ବିଚ୍ଛେଦ କେବେ ବି ଆଉ ମିଳନର ରୂପ ନେବା ସମ୍ଭାବନା ନାହିଁ । ଏପଟେ ତାଙ୍କର ଏପରି ଟ୍ୱିଟ ପରେ ବି ବର୍ଷା ଏଯାଏଁ ନୀରବ ରହିଛନ୍ତି ।