ଶୋଇଥିବାବେଳେ ଆଜବେଷ୍ଟସ ଖସିବାରୁ ମୃତ୍ୟୁ

ଶୋଇଥିବାବେଳେ ଆଜବେଷ୍ଟସ ଖସିବାରୁ ମୃତ୍ୟୁ

ଶୋଇଥିବାବେଳେ ଆଜବେଷ୍ଟସ ଖସିବାରୁ ମୃତ୍ୟୁ

ବ୍ରହ୍ମପୁର: ମୃତ୍ୟୁ  ଏମିତି ବି ଆସେ, ତାହା କେହି ଭାବିନଥିଲେ । ଶୋଇଥିବାବେଳେ  ଉପରୁ ଖସି ପଡ଼ିଲା ଆଜବେଷ୍ଟସ । ପଡ଼ିଲା ପିଲାଟି ଉପରେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ବାଟରେ ଚାଲିଗଲା ଜୀବନ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ କେନାଲ ସାହିରେ । ଏ ମର୍ମନ୍ତୁଦ ଘଟଣାରେ ପ୍ରାଣ ହରାଇଥିବା ପିଲାର ନାମ କିଷାନ ବେହେରା । ବୟସ ମାତ୍ର ୧୦ ବର୍ଷ ।

  କିଷାନଙ୍କ ପରିବାର ଏକ ଭଡ଼ା ଘରେ ରହୁଥିଲେ । ସେ ଯେଉଁ ଭଡ଼ା ଘରେ ରହୁଥିଲା, ତା’କୁ ଲାଗିଥିବା ଆଉ ଏକ ଆଜବେଷ୍ଟସ ବଖରାର ମରାମତି କରାଉଥିଲେ ଘର ମାଲିକ । ଗତକାଲି ଦିନବେଳା କାମ ହୋଇଥିଲା । ପାଶ୍ୱର୍ ବଖରାରେ କିଷାନର ପରିବାର ଗତକାଲି ରାତିରେ ଶୋଇଥିଲେ । ଅଚାନକ ତାଙ୍କ ବଖରାର ଆଜବେଷ୍ଟସଟି ଖସି ପଡ଼ିଲା । କିଷାନ ଉପରେ ପଡ଼ିବାରୁ ପ୍ରବଳ ରକ୍ତସ୍ରାବ ହେଲା । ଏଥିରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।