୨୦ ପ୍ରତିଶତଙ୍କ କ୍ଷେତ୍ରରେ ଟିକା କାମ କରୁନି, ଜାଣନ୍ତୁ...
୨୦ ପ୍ରତିଶତଙ୍କ କ୍ଷେତ୍ରରେ ଟିକା କାମ କରୁନି, ଜାଣନ୍ତୁ...
ଭୁବନେଶ୍ୱର: କରୋନା କବଳରୁ ରକ୍ଷା ପାଇଁ ଟିକା ହିଁ ଏକମାତ୍ର ଅମୋଘ ଅସ୍ତ୍ର । ହେଲେ ଟିକା ଯଦି କାମ କରିବନି, ତା’ହେଲେ କ’ଣ ହେବ? ଏମିତି ଅନେକ ପ୍ରଶ୍ନ ସବୁବେଳେ ଆମ ମନରେ ରହିଛି । ଏ ନେଇ କ’ଣ କହୁଛନ୍ତି ବିଶେଷଜ୍ଞ ଜାଣନ୍ତୁ... ।
୨୦% ଲୋକଙ୍କ ଦେହରେ ଟିକା କାମ କରୁନଥିବା ଗବେଷଣାରୁ ଜଣାପଡ଼ିଛି । ଆଇଏଲଏସ ନିଦେ୍ର୍ଧଶକ ଡା. ଅଜୟ କୁମାର ପରିଡ଼ାଙ୍କ ସୂଚନା ଅନୁଯାୟୀ ରାଜ୍ୟରେ କରୋନା ଏବେ ନିୟନ୍ତ୍ରଣରେ ଅଛି । ଟିକାକରଣ ଜୋରସୋରରେ ଚାଲିଥିବାରୁ ସ୍ଥିତି ଭଲ ରହିଛି । ରାଜ୍ୟରେ ପ୍ରାୟ ୭୦-୮୦ ପ୍ରତିଶତ ଲୋକଙ୍କ ଦେହରେ ଟିକା କାମ କରୁଛି । ଆଂଟିବଡ଼ି ଯୋଗୁ କରୋନା ମାତ୍ ଖାଉଛି । ହେଲେ ମାତ୍ର ୨୦% ଲୋକଙ୍କ କ୍ଷେତ୍ରରେ ଟିକା ସେତେ ପ୍ରଭାବୀ ହେଉନି । ଜେନମ ସିକୁ୍ୟଏନ୍ସିଂ ବିଶ୍ଳେଷଣରୁ ଏହା ଜଣାପଡ଼ିଛି । ଡବଲ ଡୋଜ୍ ପରେ ତୃତୀୟ କି ବୁଷ୍ଟର ଡୋଜ୍ ଦେବା ନେଇ ଅନୁଧ୍ୟାନ ଚାଲିଛି। ସମାନ କି ଅନ୍ୟ କଂପାନୀ ଟିକା ଦିଆଯିବ, ସେନେଇ ବି ବିଶ୍ଳେଷଣ ଚାଲିଛି। କିଛି ବି ନିଷ୍ପତ୍ତି ନିଆଯାଇନି। କିଛି ଦିନ ପରେ ଏହା ସ୍ପଷ୍ଟ ହୋଇଯିବ। ପାର୍ବଣରେ ଲୋକଙ୍କ ସମାଗମ ପୁଣିଥରେ ସଂକ୍ରମଣ ବଢାଇ ପରେ । କେରଳର ଓନମ ପର୍ବ ଏହାର ଏକ ବଡ଼ ଉଦାହରଣ । ନୂଆଖାଇଠାରୁ କାଳୀପୂଜା ଯାଏ ଆମକୁ ଜଗିରଖି ଚଳିବାକୁ ହେବ । ଓଡ଼ିଶାର ପରିସ୍ଥିତି ଏବେ ବହୁତ ଭଲ ଅଛି । ପଜିଟିଭ ସଂଖ୍ୟା ୬୦୦ ରୁ ୭୦୦ ଭିତରେ ରହୁଛି ।
ଅଗଷ୍ଟରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ଭିତରେ ରାଜ୍ୟର 600 ସାମ୍ପଲକୁ ଜେନମ ସିକ୍ୱେନ୍ସିଂ କରାଯାଇଥିଲା । ସେଥିମଧ୍ୟରୁ ୪୨୫ ଡେ଼ଲ୍ଟା ଭାରିଏଣ୍ଟ ବାହାରିଥିଲା । ଅନ୍ୟ ସବୁ ସାମ୍ପଲ ଅନ୍ୟ ଭାରିଏଣ୍ଟର । କୌଣସି ନୂଆ ମ୍ୟୁଟେସନ ଚିହ୍ନଟ ହୋଇନି । ଟୀକା ନେଲା ପରେ ବି ୨୦% ଙ୍କ ପାଖରେ ସୃଷ୍ଟି ହେଉନି ଆଣ୍ଟିବଡି । ଅଧିକ ସାମ୍ପଲର ଜେନମ ସିକ୍ୱେନ୍ସିଂରେ ଓଡ଼ିଶା ଦେଶରେ ୪ ନମ୍ବର । ମହାରାଷ୍ଟ୍ର, କେରଳ, ଦିଲ୍ଲୀ ପରେ ରହିଛି ଓଡ଼ିଶା। ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର 6 ହଜାର ସାମ୍ପଲ ଜେନାମ ସିକ୍ୱେନ୍ସିଂ ହୋଇଛି