ମା’ ସମଲାଇଙ୍କଠାରେ ଲାଗିହେଲା ନବାନ୍ନ
ମା’ ସମଲାଇଙ୍କଠାରେ ଲାଗିହେଲା ନବାନ୍ନ
ସମ୍ବଲପୁର: ଉତ୍ସାହ ଉଦ୍ଦୀପନାର ସହିତ ପାଳିତ ହେଲା ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ। ଲଗ୍ନ ଅନୁସାରେ ମାଁ ସମଲେଶ୍ଵରୀଙ୍କଠାରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ଉତ୍ସବ ପାଳିଛନ୍ତି ସାରା ପଶ୍ଚିମ ଓଡିଶାବାସୀ। ଏହା ସହ ନୃତ୍ୟ ଗୀତର ଆସର ଓ ଭେଟଘାଟ୍ ଅନୁମତି ନଥିବାରୁ ନୂଆଁଖାଇ ଖାଁ ଖାଁ ଥିଲା।
ନୂଆଁଖାଇ , କୃଷି ଓ କୃଷକ ର ଭାବନା ସହ ଜଡିତ ଗଣପର୍ଵ। ଚାଷୀ ତାର ପ୍ରଥମ ଅନ୍ନକୁ ନିଜର ଇଷ୍ଟଦେବୀଠାରେ ଲାଗି କରାଇ ବର୍ଷ ଯାକ କେମିତି ଭଲ ଅମଳ ହେବ ସେନେଇ ମାଁଙ୍କ ଠାରୁ ଆଶିଷ ଭିକ୍ଷା କରେ। ପରମ୍ପରା ଅନୁଯାୟୀ ଆଜି ସମ୍ବଲପୁର ଇଷ୍ଟଦେବୀ ମାଁ ସମଲେଇଙ୍କ ମନ୍ଦିର ଭୋର ୪ଟା ରୁ ଖୋଲା ଯାଇଥିଲା । ମାଁଙ୍କୁ ସ୍ନାନ କରାଇ ନୂଆବସ୍ତ୍ର ପରିଧାନ କରି ଗୁପ୍ତ ପୂଜା କରାଯାଇଥିଲା । ତେବେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସକାଳ ୧୦ଟା ୧୫ ରୁ ୧୦ ଟା ୨୫ ମଧ୍ୟରେ ନବାନ୍ନ ଲାଗି କରାଯାଇଛି। ତେବେ ଚଳିତ ବର୍ଷ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ୧୨ଟା ୩୦୦ ରୁ ୫ଟା ୩୦ ଯାଏଁ ମାଁଙ୍କ ଦର୍ଶନ କରିଛନ୍ତି ସାଧାରଣ ଭକ୍ତ। ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ଜ୍ଝ
ମାଁଙ୍କ ପୀଠରେ ନବାନ୍ନ ଲାଗି ହେବା ପରେ ଘରେ ନବାନ୍ନ ଭକ୍ଷଣ କରିଛନ୍ତି ପଶ୍ଚିମ ଓଡିଶାଵାସୀ। ଘରର ମୂରବୀ ଠାରୁ ନବାନ୍ନ ଗ୍ରହଣ କରି ମୁରବୀଙ୍କୁ ମୁଣ୍ତିଆ ମାରି ପରିବାର ସମସ୍ତେ ଏକାଠି ବସି ନୂଆଁଖାଇଛନ୍ତି । ତେଵେ ଅନେକ ପରିବାର କିଛି କିଛି ସଦସ୍ୟମାନେ ଆସିପାରିନଥିବାରୁ ଉତ୍ସାହ ନଥିବା ଦେଖା ଦେଇଛି । ବିଧି ରକ୍ଷା ସରୂପ ପରମ୍ପରା ବଂଚାଇଛନ୍ତି ପଶ୍ଚିମ ଓଡିଶା ବାସୀ । କମ ଲୋକଙ୍କୁ ନେଇ ଆୟୋଜନର ଗାଇଡଲାଇନ ଥିବାରୁ ପୂର୍ବ ଭଲି ଗାଁଦାଣ୍ତ ଠୁ ସହର ବଜାର ନୃତ୍ୟ ଗୀତର ଆସର ଜମି ନାହିଁ।




admin 