ଆଠଗଡରେ କଲରା ପତରିଆ ବାଘ ମୃତ

ଆଠଗଡରେ କଲରା ପତରିଆ ବାଘ ମୃତ

ଆଠଗଡରେ କଲରା ପତରିଆ ବାଘ ମୃତ
କଟକ: ସୋମବାର ସକାଳେ ଆଠଗଡ଼ ରେଞ୍ଜ୍‌ ଅନ୍ତର୍ଗତ ତିଗିରିଆର ହରିଡ଼ାପଶି ଅଞ୍ଚଳର କୁଣ୍ଡଳୀ ଜଙ୍ଗଲରୁ ଗୋଟାଏ ମୃତ କଲରା ପତରିଆକୁ ଅଣାଯାଇ ତିଗିରିଆ ଫରେଷ୍ଟ୍‌ ଅଫିସ୍‌ରେ ରଖାଯାଇଛି। ଗତକାଲି ବନବିଭାଗ କର୍ମଚାରୀମାନେ ସେ ମୃତ କଲରା ପତରିଆକୁ ଦେଖି ତୁରନ୍ତ ବଣରେ ପୋତି ପକାଇଥିଲେ। କ୍ରମେ କଥା ପ୍ରଘଟ ହୋଇ ଲୋକେ ପାଟିତୁଣ୍ଡ କରିବାରୁ ଆଜି ବନ ବିଭାଗ କର୍ମଚାରୀମାନେ ସେ ସ୍ଥାନକୁ ଖୋଳି ମୃତ କଲରା ପତରିଆକୁ ବାହାର କରି ବନ ବିଭାଗ କାର୍ୟ୍ୟାଳୟକୁ ଆଣିଛନ୍ତି। କୁହାଯାଉଛି ଯେ ବିଜୁଳି ତାର ଲଗାଇ ଶିକାରୀମାନେ ସେ କଲରାପତ୍ରିଆକୁ ମାରିଛନ୍ତି। କଲରା ପତରିଆ କାହିଁକି ମଲା, ତାହା ବ୍ୟବଚ୍ଛେଦ ପରେ ଜଣାପଡ଼ିବ। ଡିଏଫ୍‌ଓ ସସ୍ମିତା ଲେଙ୍କା ତିଗିରିଆ ଫରେଷ୍ଟ୍‍ ଅଫିସ୍‌ରେ ପହଞ୍ଚିଛନ୍ତି। ଘଟଣା ସଂକ୍ରାନ୍ତରେ ତଦନ୍ତ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି।