ପ୍ରୋଟୋକଲକୁ ମାନୁ ନଥିଲେ ଶାସ୍ତ୍ରୀ ଓ କୋହଲି
ପ୍ରୋଟୋକଲକୁ ମାନୁ ନଥିଲେ ଶାସ୍ତ୍ରୀ ଓ କୋହଲି
ନୂଆଦିଲ୍ଲୀ: ବିସିସିଆଇର ସ୍ୱାସ୍ଥ୍ୟ ପ୍ରୋଟୋକଲକୁ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲି ଏକ ପ୍ରକାର ମାନୁନଥିଲେ। ଚତୁର୍ଥ ଟେଷ୍ଟ ପୂର୍ବରୁ ରବି ଶାସ୍ତ୍ରୀଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବ ଏକ ପଞ୍ଚ ତାରିକା ହୋଟେଲରେ ଅନୁଷ୍ଠିତ ହୋଇଥିଲା । ଏହିଠାରୁ ରବି ଶାସ୍ତ୍ରୀ, ଭରତ ଅରୁଣ, ଆରଶ୍ରୀଧର, ନୀତିନ ପଟେଲ ଏବଂ ଯୋଗେଶ ପାର୍ମର ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି । ଇଂଲଣ୍ଡରେ କୋଭିଡ କଟକଣା କୋହଳ ହୋଇଥିଲେ ମଧ୍ୟ ବିସିସିଆଇ ପ୍ରୋଟୋକଲ ଧାର୍ୟ୍ୟ ରହିଥିଲା। ଏମାନେ ହୋଟେଲ ବାହାରକୁ ଯାଉଥିଲେ ମଧ୍ୟ ବିସିସିଆଇଠାରୁ ଅନୁମତି ନେଇନଥିଲେ । ଏପରିକି ବିନା ମାସ୍କରେ ଭ୍ରମଣ କରୁଥିଲେ । ଅନ୍ୟ ପକ୍ଷରେ ଇଂଲଣ୍ଡ ମଧ୍ୟ ସ୍ୱତନ୍ତ୍ର ଜୈବ ବଳୟକୁ ଅନୁସରଣ କରୁନଥିଲେ । ଆଇସିସି ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପରେ ଋଷଭ ପନ୍ତ ସଂକ୍ରମିତ ହୋଇଥିଲେ ମଧ୍ୟ ମାସକ ପରେ ଇଂଲଣ୍ଡ ଶୃଙ୍ଖଳା ଖେଳାଯିବାକୁ ବିଶେଷ ଅସୁବିଧା ହୋଇନଥିଲା । ଭାରତ କିନ୍ତୁ ଏଥିରୁ କିଛି ଶିକ୍ଷା କରିନଥିଲା ।