ସରିଲା କାର୍ତ୍ତିକ, ମାର୍କେଟରେ ମଟନ୍, ଚିକେନ୍, ମାଛ, ଚିଙ୍ଗୁଡ଼ି ପାଇଁ ଲାଗିଛି ଭିଡ
ସରିଲା କାର୍ତ୍ତିକ ମାସ । ଏହାସହ ପଞ୍ଚୁକ ମଧ୍ୟ ଶେଷ ହୋଇଛି । ଆଉ ରବିବାର ପଡିଛି ଛାଡ ଖାଇ । ଆମିଷ ବଜାରରେ ଲାଗିଛି ଲୋକଙ୍କ ଗହଳି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମାର୍କେଟରେ ମଟନ୍, ଚିକେନ୍, ମାଛ, ଚିଙ୍ଗୁଡ଼ି ଆଦି ବିଭିନ୍ନ ପ୍ରକାରର ଆମିଷ ବିକ୍ରି ହେଉଛି। କାର୍ତ୍ତିକରେ ମାସରେ ହବିଷ କରିଥିବା ଲୋକ ଆଜି ଆମିଷ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି । ଯେଉଁଥି ପାଇଁ ମାଛ, ମାଂସ ଦୋକାନ ଆଗରେ ଲୋକଙ୍କ ପ୍ରବଳ ଗହଳି । ସକାଳୁ ସକାଳୁ ଲୋକେ ଦୋକାନ ଆଗରେ ଛିଡ଼ା ହୋଇଛନ୍ତି । ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ସବୁ ସ୍ଥାନରେ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି । ଦୀର୍ଘ ଦିନର କାର୍ତ୍ତିକ ବ୍ରତ ପାଳନ ପରେ ଲୋକମାନେ ଛାଡଖାଇ ପାଳନ କରୁଛନ୍ତି । ଏଥର ଛାଡଖାଇରେ ଶନିବାର ତଥା ସଂକ୍ରାନ୍ତି ପଡିଥିଲା । ଫଳରେ ଲୋକେ ଆମିଷ ଖାଇ ନଥିଲେ । କିନ୍ତୁ ରବିବାର ଥିବାରୁ ଛାଡଖାଇ ପାଳନ କରୁଛନ୍ତି ଲୋକେ । ସେପଟେ ପରିବା ଦର ମଧ୍ୟ ବଢ଼ିଯାଇଛି । ସାଧାରଣ ଦିନଠାରୁ ଅଧିକ ମୂଲ୍ୟରେ ମାଛ ଓ ମାଂସ ବିକ୍ରି ହେଉଛି । ତଥାପି ଲୋକେ ଆମିଷ କିଣିବାକୁ ଭିଡ଼ ଜମାଇଛନ୍ତି । ବ୍ୟୁରୋ ରିପୋର୍ଟ ୟୁବିସି ଓଡିଆ ।