ଗତ ୨୪ ଘଣ୍ଟାରେ ୪୩ ହଜାର ଆକ୍ରାନ୍ତ ଚିହ୍ନଟ, ୫୦୮ ମୃତ

ଗତ ୨୪ ଘଣ୍ଟାରେ ୪୩ ହଜାର ଆକ୍ରାନ୍ତ ଚିହ୍ନଟ, ୫୦୮ ମୃତ

ଗତ ୨୪ ଘଣ୍ଟାରେ ୪୩ ହଜାର ଆକ୍ରାନ୍ତ ଚିହ୍ନଟ,  ୫୦୮ ମୃତ
ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ୪୩୮୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୦୮ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୦ ହଜାର ୧୦କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ ମୋଟ୍‌ ଆକ୍ରାନ୍ତଙ୍କସଂଖ୍ୟା ୭୯ ଲକ୍ଷ ୯୦ ହଜାର ୩୨୨କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ ୬ ଲକ୍ଷ ୧୦ ହଜାର ୮୦୩ ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା ୭୨ ଲକ୍ଷ ୫୯ ହଜାର ୫୦୯ ରହିଛି । ସୂଚନାଯୋଗ୍ୟ ଗତକାଲି କରୋନା ମାମଲାରେ ବହୁ ହ୍ରାସ ହୋଇଥିବାବେଳେ ଆଜି ଅଧିକ ରହିଛି । ପ୍ରାୟ ତିନି ମାସ ପରେ ଗତକାଲି ୪୦ ହଜାର ତଳକୁ କରୋନା ମାମଲା ଚିହ୍ନଟ ହୋଇଥିଲା । ଆଇସିଏମ୍‌ଆର ସୂଚନା ଅନୁସାରେ ଗତକାଲି ସୁଦ୍ଧା ଦେଶରେ ମୋଟ୍‌ ୧୦ କୋଟି ୫୪ ଲକ୍ଷ ୮୭ ହଜାର ୬୮୦ ନମୁନା ପରୀକ୍ଷଣ ହୋଇଛି । ଗତକାଲି ୧୦ ଲକ୍ଷ ୬୬ ହଜାର ୭୮୬ ନମୁନା ପରୀକ୍ଷଣ ହୋଇଥିଲା । ତେବେ ଦେଶରେ କରୋନା ମୃତ୍ୟୁ ହାର ଲଗାତାର ଭାବରେ ହ୍ରାସ ପାଉଛି । ସେହିପରି ଦେଶରେ ସୁସ୍ଥ ହାର ବଢିବାରେ ଲାଗିଛି । ଏବେ ଦେଶରେ କରୋନା ମୃତ୍ୟୁହାର ୧.୫% ରହିଥିବାବେଳେ ସୁସ୍ଥ ହାର ୯୦.୬୨% ରହିଛି ।