ରାଜ୍ୟରେ ଆଉ ୫୯୧ ଆକ୍ରାନ୍ତ

ରାଜ୍ୟରେ ଆଉ ୫୯୧ ଆକ୍ରାନ୍ତ

ରାଜ୍ୟରେ ଆଉ ୫୯୧ ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ ଆଉ ୫୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୯୪ କ୍ୱାରେଂଟାଇନ ସେଂଟରରେ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୯୭ ଜଣ ସଂକ୍ରମିତ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୭୦୧ରେ ପହଁଚିଥିବାବେଳେ ୫୨୫୯ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧, ବାଲେଶ୍ୱରରେ ୧୩, ବରଗଡ଼ରେ ୩୫, ଭଦ୍ରକରେ ୩, ବଲାଙ୍ଗୀରରେ ୯, ବୌଦ୍ଧରେ ୫, କଟକରେ ୩୮, ଦେବଗଡ଼ରେ ୩, ଢେଙ୍କାନାଳରେ ୯, ଗଞ୍ଜାମରେ ୧୮୨, ଜଗତସିଂହପୁରରେ ୨୨, ଯାଜପୁରରେ ୧୯, ଝାରସୁଗୁଡ଼ାରେ ୫, କେନ୍ଦ୍ରାପଡ଼ାରେ ୮, କେନ୍ଦୁଝରରେ ୬, ଖୋର୍ଦ୍ଧାରେ ୧୨୧, କୋରାପୁଟରେ ୪, ମାଲକାନାଗିରିରେ ୮, ମୟୂରଭଞ୍ଜରେ ୨୨, ନବରଙ୍ଗପୁରରେ ୨୨, ନୟାଗଡ଼ରେ ୧୧, ପୁରୀରେ ୬, ରାୟଗଡ଼ାରେ ୧, ସମ୍ବଲପୁରରେ ୨୦ ଓ ସୁନ୍ଦରଗଡ଼ରେ ୧୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅପରପକ୍ଷରେ ଏଯାବତ ୩୭୭୮୯୩ ନମୁନା ପରୀକ୍ଷଣ ହୋଇଛି ।