କବଚ ସାଜିଛି ବିସିଜି ଟିକା, ଦେଶରେ ମୃତୁ୍ୟହାର ୬ ଗୁଣ କମ୍
କବଚ ସାଜିଛି ବିସିଜି ଟିକା, ଦେଶରେ ମୃତୁ୍ୟହାର ୬ ଗୁଣ କମ୍
admin
Apr 9, 2020 - 07:49
Updated: Apr 9, 2020 - 07:49
ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଆତଙ୍କ ରଚିଥିବା କରୋନା ଭାଇରସ ବିରୋଧରେ ବିସିଜି ଟିକା କବଚ ରୂପେ ଉଭା ହୋଇଛି । ଶରୀରରେ ଟିବି ବିରୋଧରେ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବା ପାଇଁ ଦିଆଯାଉଥିବା ଏହି ଟିକା କରୋନାକୁ ରୋକିବାରେ ସହାୟକ ହେଉଥିବା ଜଣାପଡ଼ିଛି । ଯେଉଁ ଦେଶକମାନଙ୍କରେ ଶିଶୁମାନଙ୍କୁ ବିସିଜି ଟିକା ଦିଆଯାଇଛି ସେଠାରେ କରୋନା ଜନିତ ମୃତୁ୍ୟ ହାର ଅନ୍ୟ ଦେଶ ତୁଳନାରେ ୬ ଗୁଣ କମ ରହିଥିବା ଅଧ୍ୟୟନରୁ ଜଣାପଡ଼ିଛି । ଏହି ଦେଶମାନଙ୍କ ମଧ୍ୟରେ ଭାରତ ମଧ୍ୟ ଅନ୍ୟତମ ।
ପାଖାପାଖି ୧୦୦ ବର୍ଷ ତଳେ ବେସିଲେସ କେଲମେଟ ଗୁ୍ୟରିନ (ବିସିଜି) ଟିକା ଆବିଷ୍କାର ହୋଇଥିଲା । ଏହି ଟିକା ଟିବି ଜୀବାଣୁ ବିରୋଧରେ ଶରୀରର ପ୍ରତିରକ୍ଷା ଶକ୍ତି ବୃଦ୍ଧି କରିଥାଏ । ଏହି ଟିକା ଦ୍ୱାରା ଶରୀରରେ ଅନ୍ୟ କେତେକ ରୋଗ ବିରୋଧରେ ମଧ୍ୟ ପ୍ରତିରକ୍ଷା ଶକ୍ତି ବୃଦ୍ଧି ଘଟିଥାଏ । ଏହା ଯଦିଓ ଜୀବାଣୁ ଦ୍ୱାରା ସଂକ୍ରମିତ ହେଉଥିବା ରୋଗମାନଙ୍କ ବିରୋଧରେ ଏହାର ପ୍ରଭାବ ଦେଖାଉଥିବା ପୂର୍ବରୁ ଜଣାପଡ଼ିଥିଲା । କିନ୍ତୁ ଏହା କରୋନା ଭୂତାଣୁ ସହ ମୁକାବିଲା କରିବାରେ ମଧ୍ୟ ସହାୟକ ହୋଇଥିବା ଜଣାପଡ଼ିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମୁତାବକ, ବିସିଜି ଟିକାକରଣ କରାଯିବାର ୬୦ ବର୍ଷ ପର୍ଯ୍ୟନ୍ତ ଏହା ଶରୀରରେ ଟିବି ଜୀବାଣୁ ପ୍ରବେଶ କରିବାକୁ ଦେଇ ନଥାଏ । ଟିବି ବ୍ୟତୀତ ଫୁସଫୁସ ସହ ସମ୍ପର୍କିତ ଥିବା ଅନ୍ୟ କେତେକ ରୋଗଠାରୁ ମଧ୍ୟ ଏହା ସୁରକ୍ଷା ଦେଇଥାଏ । ଭାରତ ସମେତ ଅନ୍ୟ କେତେକ ଦେଶରେ ମଧ୍ୟ ଆଜି ବି ଶିଶୁମାନଙ୍କୁ ବିସିଜି ଟିକା ଦିଆଯାଉଛି । ଏହି ଦେଶମାନଙ୍କରେ କରୋନା ଜନିତ ମୃତୁ୍ୟ ହାର ଅନ୍ୟ ଦେଶ ତୁଳନାରେ ୬ ଗୁଣ କମ ରହିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ, ୧୯୫୩ ମସିହାରୁ ବି୍ରଟେନରେ ବିସିଜି ଟିକାକରଣ ଆରମ୍ଭ କରାଯାଇଥିଲା । କିନ୍ତୁ କିଛି ବର୍ଷ ପରେ ଏଠାରେ ଟିବି ସଂକ୍ରମଣ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରିତ ହୋଇଯାଇଥିବା କାରଣରୁ ଏହି ଟିକାକରଣ ବନ୍ଦ କରି ଦିଆଯାଇଥିଲା । ଫଳରେ ବ୍ରିଟେନରେ କରୋନା ତୀବ୍ର ଗତିରେ ବ୍ୟାପୁଥିବା ଦେଖାଯାଉଛି ।