ଇୟର ଫୋନ ବ୍ୟବହାର କରୁଛନ୍ତି କି, ଏବେଠୁଁ ହୋଇ ଯାଆନ୍ତୁ ସତର୍କ

ଇୟର ଫୋନ ବ୍ୟବହାର କରୁଛନ୍ତି କି, ଏବେଠୁଁ ହୋଇ ଯାଆନ୍ତୁ ସତର୍କ

ଇୟର ଫୋନ ବ୍ୟବହାର କରୁଛନ୍ତି କି, ଏବେଠୁଁ ହୋଇ ଯାଆନ୍ତୁ ସତର୍କ
ଯଦି ଆପଣ ସମୟ କାଟିବା ପାଇଁ କାନରେ ଇୟର ଫୋନ ଦେଇ ଘଣ୍ଟା ଘଣ୍ଟା ଗୀତ ଶୁଣୁଛନ୍ତି, ତେବେ ଆପଣ ଏବେଠାରୁ ସତର୍କ ହୋଇଯାଆନ୍ତୁ । ଆପଣଙ୍କ ଏହି ଅଭ୍ୟାସ ଆପଣଙ୍କୁ ରୋଗାଗ୍ରସ୍ତ କରିପାରେ । ସର୍ବଦା ସାଙ୍ଗରେ ଧରି ବୁଲୁଥିବା ଇୟର ଫୋନ୍ ଆପଣଙ୍କ ଶତ୍ରୁ ହୋଇପାରେ । ଇୟର ଫୋନ୍ ଦ୍ବାରା କେବଳ ଯେ ଆପଣଙ୍କ କାନ ଉପ​‌​‌ରେ କୁପ୍ରଭାବ ପଡେ ତାହା ନୁହେଁ, ଏହା ଦ୍ବାରା ଆପଣଙ୍କ ଶରୀରକୁ ମଧ୍ୟ କ୍ଷତି ପହଞ୍ଚିଥାଏ । ବଧିରତା: ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯଦି କୌଣସି ବ୍ୟକ୍ତି ଦୁଇ ଘଣ୍ଟାରୁ ଅଧିକ ସମୟ ୯୦ ଡେସିବଲରୁ ଅଧିକ ଶବ୍ଦରେ ଗୀତ ଶୁଣନ୍ତି, ତେବେ ସେହି ବ୍ୟକ୍ତି ବଧିର ହେବା ସଙ୍ଗେ ସଙ୍ଗେ ଅନ୍ୟ ରୋଗର ଶିକାର ହେବାର ଆଶଙ୍କା ଅଧିକ ରହିଥାଏ । ସାଧାରଣତଃ କାନର ଶୁଣିବା କ୍ଷମତା ମାତ୍ର ୯୦ ଡେସିବଲ ରହିଥାଏ । ବାରମ୍ବାର ଇୟର ଫୋନ ଦେଇ ଗୀତ ଶୁଣିବା ଦ୍ବାରା କାନର ଶୁଣିବା କ୍ଷମତା ୪୦ରୁ ୫୦ ଡେସିବଲ ପର୍ୟ୍ୟନ୍ତ କମ୍ ହୋଇଯାଇଥାଏ । ଯାହା ଦ୍ବାରା ବ୍ୟକ୍ତିକୁ ସଠିକ ଭାବେ ଦୂର ଶବ୍ଦ ଶୁଣିବାରେ ସମସ୍ୟା ସୃଷ୍ଟି ହୋଇଥାଏ। ହୃଦୟଜନିତ ରୋଗ: ଇୟର ଫୋନରେ ଜୋରରେ ଗୀତ ଶୁଣିବା ଦ୍ବାରା କେବଳ କାନ ଖରାପ ହୁଏ ତାହା ନୁହେଁ, ହୃଦୟକୁ ମଧ୍ୟ କ୍ଷତି ପହଞ୍ଚିଥାଏ । ଜୋରରେ ଗୀତ ଶୁଣିବା ଦ୍ବାରା ହୃଦୟ ସ୍ପନ୍ଦନ (ହାର୍ଟ ବିଟ୍) ଅଧିକରୁ ଅଧିକ ହୋଇଯାଏ । ଯାହା ଦ୍ବାରା ହୃଦଘାତ ହେବାର ସମ୍ଭାବନା ଥାଏ । ମୁଣ୍ଡ ବିନ୍ଧା: ଇୟର ଫୋନରୁ ଆସୁଥିବା ବିଦ୍ୟୁତ୍ ଚମ୍ବକୀୟ ତରଙ୍ଗ ଯୋଗୁଁ ବ୍ୟକ୍ତିର ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ଯାହା ଦ୍ବାରା ମୁଣ୍ଡ ବିନ୍ଧା ଏବଂ ନିଦ ନହେବା ଭଳି ସମସ୍ୟା ଦେଖିବାକୁ ମିଳେ । କାନ ସଂକ୍ରମଣ: ଯଦି ଆପଣ ଘରେ ବା ଅଫିସରେ ଗୀତ ଶୁଣିବା ପାଇଁ ପରସ୍ପରର ଇୟର ଫୋନ ବ୍ୟବହାର କରୁଥାଆନ୍ତି ତେବେ ଏବେଠୁ ସାବଧାନ ହୋଇ ଯାଆନ୍ତୁ । କାରଣ ଏହା ଦ୍ବାରା କାନ ସଂକ୍ରମଣ ହେବାର ଆଶଙ୍କା ବହୁତ ଅଧିକ ଥାଏ । ଜଡ ବା କାଲ: ଦୀର୍ଘ ସମୟ ଧରି ଇୟର ଫୋନରେ ଗୀତ ଶୁଣିବା ଦ୍ବାରା ବ୍ୟକ୍ତି ଜଡ ବା କାଲ ହେବାର ସମ୍ଭାବନା ଅଧିକ ଥାଏ । ସମୟ ଅନୁଯାୟୀ କାନର ଶୁଣିବା କ୍ଷମତା ମଧ୍ୟ କମ୍ ହୋଇଯାଏ । କେବଳ ସେତିକି ନୁହେଁ ଏହା ଦ୍ବାରା ମଧ୍ୟ ମାନସିକ ସମସ୍ୟା ସୃଷ୍ଟି ହୋଇଥାଏ । ଡାକ୍ତରଙ୍କ କହିବା ଅନୁଯାୟୀ, ଇୟର ଫୋନର ଅଧିକ ବ୍ୟବହାର ଦ୍ବାରା କାନରେ ଭିନ୍ନ ପ୍ରକାରର ଶବ୍ଦ, ମୁଣ୍ଡ ବୁଲାଇବା, ନିଦ ନହେବା, ମୁଣ୍ଡ ଓ କାନରେ ଯନ୍ତ୍ରଣା ଅନୁଭବ ହେଲା ଭଳି ଲକ୍ଷଣ ଦେଖିବାକୁ ମିଳେ । ସତର୍କ: ଯଦି ଆପଣ କାନ ଜନିତ କୌଣସି ସମସ୍ୟାରୁ ମୁକ୍ତିବାକୁ ଚାହୁଁଛନ୍ତି, ତେବେ ଆବଶ୍ୟକ ପଡିଲେ ବ୍ୟବହାର କରନ୍ତୁ । ଶସ୍ତା ଇୟର ଫୋନ ବ୍ୟବହାର ନକରି ଉତ୍ତମ ଗୁଣମାନର ଇୟର ଫୋନ ବ୍ୟବହାର କରନ୍ତୁ ।