ମଧୁମେହ ରୋଗରୁ ଭଲ ହେବାକୁ ଚାହାଁନ୍ତି କି, ତାହାହେଲେ ଖାଆନ୍ତୁ ଏହି ଖାଦ୍ୟ

ମଧୁମେହ ରୋଗରୁ ଭଲ ହେବାକୁ ଚାହାଁନ୍ତି କି, ତାହାହେଲେ ଖାଆନ୍ତୁ ଏହି ଖାଦ୍ୟ

ମଧୁମେହ ରୋଗରୁ ଭଲ ହେବାକୁ ଚାହାଁନ୍ତି କି, ତାହାହେଲେ ଖାଆନ୍ତୁ ଏହି ଖାଦ୍ୟ
ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହା ନୁହେଁ ଯେ କେବଳ ବୟସ୍କ ବ୍ୟକ୍ତିମାନେ ଏହାର ଶିକାର ହେଉଛନ୍ତି, ବରଂ ଯୁବକମାନେ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ଲୋକଙ୍କ ଖାଦ୍ୟ ଏବଂ ଜୀବନଶୈଳୀ। ତେଣୁ ଯେଉଁମାନେ ମଧୁମେହରେ ପୀଡିତ, ସେମାନଙ୍କର ଖାଦ୍ୟପାନୀୟ ଏବଂ ଜୀବନଶୈଳୀରେ ଉନ୍ନତି ଆଣିବା ଆବଶ୍ୟକ। ଆସନ୍ତୁ ଜାଣିବା ମଧୁମେହ ରୋଗୀଙ୍କ ଖାଦ୍ୟପାନୀୟରେ କଣ ରହିବା ଆବଶ୍ୟକ ଏବଂ ସକାଳରୁ ରାତି ପର୍ୟ୍ୟନ୍ତ ସେମାନେ କଣ ଖାଇବା ଉଚିତ୍। ମଧୁମେହ ରୋଗୀ କିପରି କରିବେ ଦିନର ଆରମ୍ଭ ମଧୁମେହ ରୋଗୀ ରାତିରେ ଏକ କପ୍‌ ପାଣିରେ ଏକ ଚାମଚ ମେଥି ଭିଜାଇ ରଖନ୍ତୁ। ସକାଳୁ ଉଠି ପ୍ରଥମେ ମେଥିକୁ ଛାଣି ସେହି ପାଣିକୁୁ ପିଅନ୍ତୁ। ଏହା ବ୍ୟତୀତ ଯଦି ଆପଣ ସକାଳୁ ପାଣିରେ ଭିଜା ହୋଇଥିବା ୪ ରୁ ୫ ବାଦାମ ଏବଂ ଏକ ଅଖରୋଟ୍ ଖାଉଛନ୍ତି ତାହା ଆପଣଙ୍କ ପାଇଁ ଆହୁରୀ ଲାଭଦାୟକ ହୋଇଥାଏ। ସକାଳ ଜଳଖିଆରେ କଣ ଖାଇବେ ମଧୁମେହ ରୋଗୀମାନେ ସକାଳ ଜଳଖିଆରେ ପ୍ରୋଟିନ୍ ଏବଂ ଭିଟାମିନ୍ ଭରପୂର ଖାଦ୍ୟ ଖାଇବା ଉଚିତ୍, ଯାହା ଶକ୍ତି ପ୍ରଦାନ କରିଥାଏ। ଏଥିପାଇଁ ଆପଣ ଏକ କପ୍ ଲୁଣିଆ ପୋରିଜ୍ ଖାଇପାରିବେ (ଯେଉଁଥିରେ ପନିପରିବା ମଧ୍ୟ ପଡିଥାଏ) ଏବଂ ଏକ ଗ୍ଲାସ ବିନା ମଲେଇ କ୍ଷୀର ପିଇବା ଆବାଶ୍ୟକ। ସକାଳ ୧୧-୧୨ ମଧ୍ୟରେ କ’ଣ ଖାଇବେ ? ମଧୁମେହ ରୋଗୀମାନେ ସକାଳ ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ମଧ୍ୟରେ ୧୧-୧୨ ମଧ୍ୟରେ ଫଳ ଇତ୍ୟାଦି ଖାଇବା ଉଚିତ୍। ଏହି ସମୟ ମଧ୍ୟରେ ଆପଣ ସେଓ,ଅମୃତଭଣ୍ଡା, କମଳା, ପିଜୁଳି ଇତ୍ୟାଦି ଖାଇପାରିବେ କିନ୍ତୁ ଅଙ୍ଗୁର ଏବଂ ଆମ୍ବ ଖାଆନ୍ତୁ ନାହିଁ। ଏହା ବ୍ୟତୀତ କଳା ଲୁଣ ମିଶାଇ ଏକ ଗ୍ଲାସ୍ ବଟରମିଲ୍କ ପିଇବା ମଧ୍ୟ ଲାଭଦାୟକ ହୋଇଥାଏ। ମଧ୍ୟାହ୍ନ ଭୋଜନରେ କଣ ଖାଇବେ? ମଧୁମେହ ରୋଗୀମାନେ ପ୍ରାୟ ୧-୨ ମଧ୍ୟରେ ମଧ୍ୟାହ୍ନ ଭୋଜନ ଖାଇବା ଉଚିତ୍ । ଏହି ସମୟରେ ଆପଣ ୧ ରୁ ୨ଟି ରୁଟି,ଅଧ ଗିନା ସବୁଜ ପନିପରିବା ତରକାରୀ,ମସୁର ଡାଲି, ଦହି ଏବଂ ସାଲାଡ୍ ଖାଇପାରିବେ। ପନିପରିବାରେ କୋବି, କ୍ୟାପସିକମ୍, ବାଇଗଣ,ଛତୁ ଏବଂ ଲାଉ ଇତ୍ୟାଦି ମଧୁମେହ ରୋଗୀଙ୍କ ପାଇଁ ଉପକାରୀ । କିନ୍ତୁ ମଧ୍ୟାହ୍ନ ଭୋଜନରେ ଅଧିକ ଖାଦ୍ୟ ଖାଇବା ଉଚିତ ନୁହେଁ। ସନ୍ଧ୍ୟା ଜଳଖିଆରେ କ’ଣ ଖାଇବା ଉଚିତ୍? ମଧୁମେହ ରୋଗୀମାନେ ସନ୍ଧ୍ୟା ଜଳଖିଆରେ ପାଣିରେ ଭିଜା ହୋଇଥିବା ଚଣା ଖାଇପାରିବେ। ଏହା ବ୍ୟତୀତ ବିନା ଚିନିରେ ଏକ କପ୍‌ ଚାହା କିମ୍ବା ଏକ ଗ୍ଲାସ ବିନା ମଲେଇ କ୍ଷୀର ପିଇ ପାରିବେ। ଏହା ବ୍ୟତିତ ଲେମ୍ବୁ ପାଣି ମଧ୍ୟ ଅଧିକ ଲାଭ ଦାୟକ ହୋଇଥାଏ। ରାତ୍ରୀ ଭୋଜନରେ କଣ ଖାଇବେ ମଧୁମେହ ରୋଗୀମାନେ ରାତ୍ରୀ ଭୋଜନରେ ଦୁଇଟି ରୁଟି, ଗୋଟିଏ ଗିନା ସବୁଜ ପନିପରିବା ତରକାରୀ ଏବଂ କିଛି ସାଲାଡ ଖାଇବା ଉଚିତ। ଯଦି ବଜରା ରୁଟି ମିଳେ ଖାଆନ୍ତି ତେବେ ଏହା ଆହୁରୀ ଲାଭଦାୟକ ହୋଇଥାଏ। ଶୋଇବା ପୂର୍ବରୁ କ’ଣ ଖାଇବା ଉଚିତ୍? ଯଦିଓ ସମସ୍ତଙ୍କୁ ହଳଦୀ କ୍ଷୀର ପିଇବାକୁ ପରାମର୍ଶ ଦିଆଯାଇଛି, କିନ୍ତୁ ଯେଉଁମାନଙ୍କର ରକ୍ତରେ ଶର୍କରା ଅଧିକ ରହିଛି, ସେମାନେ ଶୋଇବା ପୂର୍ବରୁ ନିଶ୍ଚିତ ଭାବରେ ଏକ ଚାମଚ କଦଳୀ ସହିତ ହାଲୁକା ଗରମ କ୍ଷୀର ପିଇବା ଉଚିତ୍ । ଏହା ଲାଭଦାୟକ ଅଟେ ।